ସ୍ୱାମୀଙ୍କ ଜୀବନ ରକ୍ଷା ପାଇଁ ନକ୍ସଲଙ୍କ ସହିତ ଲଢ଼ିଥିବା ମହିଳାଙ୍କୁ ଏସ୍‌ପି ସମ୍ମାନିତ କଲେ

ରାଞ୍ଚି: ଝାଡ଼ଖଣ୍ଡରେ ଗତ ବୁଧବାର ରାତିରେ ଉଗ୍ରବାଦୀ ସଙ୍ଗଠନ ପିଏଲଏଫ୍‌ଆଇର କମାଣ୍ଡର ବସନ୍ତ ଗୋପ ନିହତ ହୋଇଥିଲା। ତେବେ ଏହି କମାଣ୍ଡରଙ୍କୁ କୌଣସି ସୁରକ୍ଷାବଳ ନୁହେଁ, ବରଂ ଜଣେ ସାଧାରଣ ମହିଳା ଏକାକୀ ମାରି ଗଡ଼ାଇଥିଲେ। ମହିଳାଙ୍କ ଏଭଳି ସାହସ ଦେଖି ଗ୍ରାମ ଭିତରକୁ ପ୍ରବେଶ କରିଥିବା ନକ୍ସଲମାନେ ଛତ୍ରଭଙ୍ଗ ଦେଇ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଏହି ସାହସୀ ମହିଳାଙ୍କ ନାମ ଗୁମଲା ବିନୀତା। ତେବେ ବିନୀତାଙ୍କ ଏଭଳି ସାହସ ଦେଖି ଜିଲ୍ଲା ଏସ୍‌ପି ଜନାର୍ଦନ ତାଙ୍କୁ ସମ୍ମାନିତ କରିବା ସହିତ ୨୧ହଜାର ଟଙ୍କା ପୁରସ୍କାର ଦେଇଛନ୍ତି। ଏଥିସହିତ ବିନୀତାଙ୍କ ପରିବାର ସୁରକ୍ଷା ନେଇ ଏସ୍‌ପି ପ୍ରତିଶ୍ରୁତି ବି ଦେଇଛନ୍ତି।

.oneindia

ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ମାଓ ସଙ୍ଗଠନ ପିଏଲଏଫଆଇର ସବ-ଜୋନଲ କମାଣ୍ଡର ବସନ୍ତ ଗୋପ ନିଜର ସାଥୀଙ୍କ ସହିତ ଗୁମଲା ବିନୀତାଙ୍କ ଘରକୁ ଆସି ଧମକ ଚମକ ଦେଇ ବିନୀତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ। ପ୍ରଥମେ ନକ୍ସଲଙ୍କୁ ଦେଖି ଭୟରେ ବିନୀତା ଘରେ ଲୁଚି ରହିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ଓ ପରିବାରର ଜୀବନ ପ୍ରତି ବିପଦ ଦେଖି ନିଜ ଜୀବନକୁ ଖାତିର ନ କରି ଘରେ ଥିବା ଟାଙ୍ଗିଆ ଧରି ନକ୍ସଲଙ୍କ ଉପରେ ଆକ୍ରମଣ କରିବାକୁ ଆଗେଇ ଆସିଥିଲେ।

Six Maoists Killed In An Encounter In Gadchiroli Aheri ...
अमर उजाला

ବିନୀତାଙ୍କ ଏହି ଆକ୍ରମଣରେ ନକ୍ସଲ କମାଣ୍ଡର ଗୁରୁତର ଆହତ ହୋଇଥିଲେ। କମାଣ୍ଡରର ଏଭଳି ଅବସ୍ଥା ଦେଖି ତାର ସାଥୀମାନେ ତାଙ୍କୁ ସେଠାରୁ ଉଠାଇ ନେଇଥିଲେ। ରାସ୍ତାରେ ଉକ୍ତ କମାଣ୍ଡରଙ୍କ ଶରୀରରୁ ଅଧିକ ରକ୍ତ ବୋହିବା ହେତୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସର ଭୟରେ ସାଥୀମାନେ କମାଣ୍ଡର ଶବକୁ ସେଠାରେ ହିଁ ଛାଡ଼ି ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର