ଘର ଭାଙ୍ଗିବା ବେଳେ ପ୍ରୟାଗରାଜ ହିଂସାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜାଭେଦ୍‌ ପମ୍ପ୍‌ ଘରୁ ମିଳିଲା ବନ୍ଧୁକ

ପ୍ରୟାଗରାଜ: ପ୍ରୟାଗରାଜରେ ହୋଇଥିବା ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଜାଭେଦ୍ ମହମ୍ମଦ ଓରଫ ଜାଭେଦ୍ ପମ୍ପ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ଜାଭେଦର ଅବୈଧ ନିର୍ମାଣକୁ ଭଙ୍ଗାଯିବାବେଳେ ପୁଲିସ ଘରୁ ୧୨ ବୋର ଏବଂ ୩୧୫ ବୋର ପିସ୍ତଲ ସମେତ ଅନେକ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଛି। ପୁଲିସର ସୂଚନାନୁସାରେ, ଏହି ସବୁ ଅସ୍ତ୍ରଶସ୍ତ୍ର ଘରେ ଲୁଚାଇ ରଖାଯାଇଥିଲା । ଏବାବଦରେ ଏସଏସପି ଅଜୟ କୁମାର ସୂଚନା ଦେଇଛନ୍ତି।

ସୂଚନା ଥାଉ କି ଆଜି ‘ପ୍ରୟାଗରାଜ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟି’ (ପିଡିଏ) ଜାଭେଦ ଅହମ୍ମଦର ଖୁଲଦାବାଦ ପୁଲିସ ଷ୍ଟେସନରେ ଥିବା ବିଳାସପୂର୍ଣ୍ଣ ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲା। ପ୍ରୟାଗରାଜ ବିକାଶ ପ୍ରାଧିକରଣ (ପିଡିଏ) ଘର ଭାଙ୍ଗିବା ବେଳେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା | ତେବେ ଜାଭେଦ୍ ମହମ୍ମଦଙ୍କ ଘର ଭାଙ୍ଗିବା ଆହ୍ଲାବାଦ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଛି | ଯାଚିକାରେ ଦର୍ଶାଯାଇଛି ଯେ ଏହି ଘର ଜାଭେଦ୍ ମହମ୍ମଦଙ୍କ ନାମରେ ନଥିଲା |

ବରଂ ତାଙ୍କ ପତ୍ନୀ ପରଭେନ ଫାତିମା ନାମରେ ଘର ଥିଲା, ଯାହାକୁ ବେଆଇନ ଭାବେ ଭାଙ୍ଗି ଦିଆଯାଇଛି। ପରଭେନ ଫାତିମା ବିବାହ ପୂର୍ବରୁ ତାଙ୍କ ପିତାଙ୍କଠାରୁ ଉପହାର ସ୍ୱରୂପ ଏହି ଘର ପାଇଥିଲେ | ତେଣୁ ଜାଭେଦ୍ ମହମ୍ମଦଙ୍କ ମାଲିକାନା ନଥିବା ସତ୍ତ୍ୱେ ନୋଟିସ୍ ଦିଆଯାଇଥିଲା ଏବଂ ତାଙ୍କ ପତ୍ନୀଙ୍କ ଘର ଭାଙ୍ଗିଦିଆଯାଇଛି ।

ସମ୍ବନ୍ଧିତ ଖବର