ଜମ୍ମୁ : ଜମ୍ମୁ କାଶ୍ମୀରର ରାଜୌରୀ ସହରରେ ଏକ ସେନା ଶିବିର ବାହାରେ ଗୁଳିକାଣ୍ଡ ହୋଇ ୨ ନାଗରିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଜଣେ ସେଣ୍ଟ୍ରିଙ୍କର ଭୁଲ୍‌ ଗୁଳିଚାଳନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କିନ୍ତୁ ଭାରତୀୟ ସେନା ଏକ ବିବୃତି ଜାରି କରି ଏହି ଅଭିଯୋଗକୁ ଖଣ୍ଡନ କରିଛି।

Advertisment

ଭାରତୀୟ ସେନା ଏକ ବିବୃତି ଜାରି କରି କହିଛି, ଆତଙ୍କବାଦୀଙ୍କ ଗୁଳି ଚାଳନାରେ ୨ ନାଗରିକଙ୍କ ମୃତ୍ୟୁ ହୋଇଛି। ଗୁଳିମାଡ଼ରେ ପ୍ରାଣ ହରାଇଥିବା ୨ ନାଗରିକଙ୍କୁ ଶୈଳିନ୍ଦ୍ର କୁମାର ଏବଂ କମଲ କିଶୋର ବୋଲି ଚିହ୍ନଟ କରାଯାଇଛି ବୋଲି ସେନା କହିଛି।