ଶାହିନ ବାଗ୍‌ ଆନ୍ଦୋଳନ ସ୍ଥଳକୁ ବୁର୍ଖା ପିନ୍ଧି ପଶିଲେ ଗୁଂଜା କପୁର

ନୂଆଦିଲ୍ଲୀ : ଶାହିନ ବାଗ୍‌ ଆନ୍ଦୋଳନ ସ୍ଥଳକୁ ଆଜି ବୁର୍ଖା ପିନ୍ଧି ଜଣେ ମହିଳା ପ୍ରବେଶ କରିଥିଲେ ଏବଂ ଆନ୍ଦୋଳନକାରୀଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ବୁର୍ଖା ପିନ୍ଧା ମହିଳା ଜଣଙ୍କ ବାରମ୍ବାର ପ୍ରଶ୍ନ କରିବାରୁ ଆନ୍ଦୋଳନରତ ମହିଳାମାନଙ୍କ ସନ୍ଦେହ ବଢ଼ିଥିଲା। ପରେ ସେମାନେ ଉକ୍ତ ମହିଳାଙ୍କୁ ଗୁଂଜା କପୁର ବୋଲି ଜାଣିବାପରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ସେମାନେ ଗୁଂଜା କପୁରଙ୍କୁ ଟଣା ଓଟରା କରିଥିଲେ। କିନ୍ତୁ ପୁଲିସ ଆନ୍ଦୋଳନକାରୀଙ୍କ କବଳରୁ ଗୁଂଜାଙ୍କୁ ମୁକ୍ତ କରି ସରିତା ବିହାର ଥାନା ନେଇଥିଲା। ଗୁଂଜା ଏଥିପାଇଁ ଆଜି ଚର୍ଚ୍ଚାରେ ରହିଛନ୍ତି। ଗୁଂଜାଙ୍କ ଦ୍ବାରା ବିଭିନ୍ନ ପ୍ରସଙ୍ଗରେ ହୋ‌ଇଥିବା ବିଶ୍ଳେଷଣକୁ ୟୁଟ୍ୟୁବର୍‌ର ଏକ ଚ୍ୟାନେଲ୍‌ ମାଧ୍ୟମରେ ଦେଖା ଯାଇଥାଏ। ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥିବା ଗୁଂଜାଙ୍କର ଟ୍ବିଟର୍‌ରେ ୨୪,୦୦୦ ଅନୁଗାମୀ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ନେତା ତେଜସ୍ବୀ ସୂର୍ଯ୍ୟ ମଧ୍ୟ ଗୁଂଜାଙ୍କୁ ଫଲୋ କରୁଛନ୍ତି। ଓଡ଼ିଶାର ଜାଭିୟର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ର ପୂର୍ବତନ ଛାତ୍ରୀ ଗୁଂଜା ଦକ୍ଷିଣପନ୍ଥୀ ବିଚାରଧାରାର ସମର୍ଥକ।

ସମ୍ବନ୍ଧିତ ଖବର