ଟରୋଣ୍ଟୋ: ରବିବାର ଦିନ କାନାଡୀୟ ପ୍ରଦେଶ ନୋଭା ସ୍କଟିଆରେ ପୁଲିସ ବେଶରେ ଜଣେ ବନ୍ଧୁକଧାରୀ ଦୀର୍ଘ ୧୨ ଘଣ୍ଟା ଧରି ହିଂସାତ୍ମକ ଆଚରଣ କରି ଅନ୍ୟୂନ ୧୬ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଛି। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ରୟାଲ୍ କାନାଡିୟାନ୍ ମାଉଣ୍ଟେଡ୍ ପୋଲିସରେ ୨୩ ବର୍ଷ ହେବ ଚାକିରି କରିଥିବା ମହିଳା ପୁଲିସ ଅଧିକାରିଣୀ ହେଡି ଷ୍ଟିଭେନ୍ସନ୍।
ରୟାଲ୍ କାନାଡିୟାନ୍ ମାଉଣ୍ଟେଡ୍ ପୋଲିସ୍ କହିଛି ଯେ ଉଠାଦାନ୍ତ ତିଆରି କରୁଥିବା ଗାବ୍ରିଏଲ୍ ୱର୍ଟମ୍ୟାନ୍ ନାମକ ସେ ୫୧ ବର୍ଷୟ ବନ୍ଧୁକଧାରୀ ପୁଲିସ ପୋଷାକ ପରିଧାନ କରିଥିଲା। ବହୁ ପରିଶ୍ରମ କରି ନିଜର କାର୍ଟିକୁ ମଧ୍ୟ ପୁଲିସ୍ କ୍ରୁଜର୍ କାର୍ ପରି କରିଥିଲା।
/sambad/media/post_attachments/wp-content/uploads/2020/04/nova-scotia.jpg)
ଗୁଳି ଚୋଟରେ ୱର୍ଟମ୍ୟାନ୍ର ମୃତ୍ୟୁ ଘଟିଥିଲେ ବି ରୟାଲ୍ କାନାଡିୟାନ୍ ମାଉଣ୍ଟେଡ୍ ପୋଲିସ୍ ଯେ ତାକୁ ଗୁଳି ମାରିଛି, ତାହା ସ୍ପଷ୍ଟ ହୋଇନାହିଁ।
ନୋଭା ସ୍କଟିଆର କେତେଗୁଡ଼ିଏ ସ୍ଥାନରେ ୱର୍ଟମ୍ୟାନ୍ ଗୁଳି ଚଳାଇଥିବା କଥା ରୟାଲ୍ କାନାଡିୟାନ୍ ମାଉଣ୍ଟେଡ୍ ପୋଲିସ୍ କହିଛି। ରୟାଲ୍ କାନାଡିୟାନ୍ ମାଉଣ୍ଟେଡ୍ ପୋଲିସ୍ କମିସନର୍ ବ୍ରିଣ୍ଡା ଲୁକି ଗଣମାଧ୍ୟମକୁ କହିଛନ୍ତି ଯେ ଗୁଳିଚାଳକ ଛଡ଼ା ପୁଲିସ ଅନ୍ୟୂନ ୧୬ଜଣ ମୃତବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡର ଆତଙ୍କବାଦ ସମ୍ପୃକ୍ତି ଅଛି କି, ନାହିଁ ତାହା ଜଣାପଡ଼ିନାହିଁ। ମୃତବ୍ୟକ୍ତି ଓ ଆତତାୟୀଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା କଥା ମନେହୁଏ ନାହିଁ। ତେଣୁ ଗୁଳିକାଣ୍ଡର ଉଦ୍ଦେଶ୍ୟ ସମ୍ପର୍କର କୌଣସି ଧାରଣା କରିହେଉନାହିଁ।