ନାଇଜେରିଆରେ ଡକାୟତଙ୍କ ନିର୍ମମ କାଣ୍ଡ, ୨୦୦ ଲୋକଙ୍କ ଗଣହତ୍ୟା

ନାବୁଜା : ଆଫ୍ରିକୀୟ ଦେଶ ନାଇଜେରିଆରେ ଦୁର୍ବୃତ୍ତମାନେ ଏକ ଅତି ବର୍ବର ଗଣହତ୍ୟା ଘଟାଇଛନ୍ତି । ସ୍ଥାନୀୟ ଅଂଚଳରେ ବାଣ୍ଡିଟ୍ (ଡକାୟତ) ନାମରେ ପରିଚିତ ଏହି ବର୍ବର ଅପରାଧୀ ଗୋଷ୍ଠୀ ନାଇଜେରିଆର ଜାମଫାରା ରାଜ୍ୟର ଅନକା ଓ ବୁକୁୟୁମ ଜିଲ୍ଲାରେ କେତେକ ଗାଁରେ ପଶି ଜଳାପୋଡ଼ା କରିବା ସହ ଆଖିମୁଜା ଗୁଳିମାଡ଼ କରି ପ୍ରାୟ ୨ ଶହ ଲୋକଙ୍କୁ ମାରି ଦେଇଛନ୍ତି ।

ନାଇଜେରିଆ ସମ୍ବାଦପତ୍ର ଡେଲି ପୋଷ୍ଟର ରିପୋର୍ଟ ଅନୁସାରେ ଫାକାଇ ଜଙ୍ଗଲରେ ରହୁଥିବା ଏହି ସଶସ୍ତ୍ର ଗୋଷ୍ଠୀର ସଦସ୍ୟମାନେ ହେଉଛନ୍ତି ବେଲର ଟୁରଜି ନାମକ ଆତଙ୍କବାଦୀର ଅନୁଗତ । ଗତ କିଛି ଦିନ ହେଲା ନାଇଜେରିଆ ବାୟୁସେନା ପକ୍ଷରୁ ସେମାନଙ୍କ ଶିବିର ଉପରେ ପ୍ରବଳ ଆକ୍ରମଣ କରାଯାଉଛି । ବିମାନ ଆକ୍ରମଣ ଭୟରେ ସେମାନେ ଜାମଫାରା ଆଡ଼କୁ ପଳାଇଯାଉଥିବାଳେ ବାଟରେ ପଡ଼ିଥିବା ଅନକା ଓ ବୁକୁୟୁମ ଜିଲ୍ଲାର ପ୍ରାୟ ୧୦ଟି ଗାଁରେ ପଶି ଜଳାପୋଡ଼ା କରିବା ସହ ଆଖିମୁଜା ଗୁଳିମାଡ଼ କରି ପ୍ରାୟ ୨ ଶହ ଲୋକଙ୍କୁ ମାରି ଦେଇଛନ୍ତି । କେତେକ ରିପୋର୍ଟ ଅନୁସାରେ ସେମାନେ ଗ୍ରାମବାସୀଙ୍କ ଗୃହପାଳିତ ପଶୁମାନଙ୍କୁ ଅପହରଣ କରୁଥିବାବେଳେ ଗ୍ରାମବାସୀମାନେ ତାହାର ବିରୋଧ କରିଥିଲେ । ଫଳରେ  ଡକାୟତମାନେ ଗ୍ରାମବାସୀଙ୍କ ଉପରକୁ ଗୁଳି ଚଳାଇଥିଲେ ।

ବିବିସିର ଏକ ରିପୋର୍ଟ ଅନୁସାରେ ଜାମଫାରା ଜିଲ୍ଲାରେ ଥିବା ୩ଟି ଗାଁ ରାଫିନ ଦାନ୍ୟା, କୁରଫା ଓରାଫିନ ଗେରୋକୁ ସଂପୂର୍ଣ୍ଣ ଭାବେ ପୋଡ଼ି ଦିଆଯାଇଛି ଓ ଲୋକମାନଙ୍କୁ ମାରିଦିଆଯାଇଛି ।

ସମ୍ବନ୍ଧିତ ଖବର