ବନ୍ଧୁକଧାରୀଙ୍କ ଉନ୍ମତ୍ତ କାଣ୍ଡ, ଗୁଳି କରି ୧୬ ଜଣଙ୍କୁ ହତ୍ୟା

ଟରଣ୍ଟୋ: କାନାଡାର ନୋଭା ସ୍କଟିଆଠାରେ ଜଣେ ଉନ୍ମତ୍ତ ବନ୍ଧୁକଧାରୀ ଗୁଳି କରି ୧୬ ଜଣଙ୍କୁ ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ବନ୍ଧୁକଧାରୀ ପୁଲିସ ବେଶରେ ଆସି ୧୬ ଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରିବା ସହ ସେମାନଙ୍କ ଘରେ ନିଆଁ ଲଗାଇ ଦେଇଛି। ଏହି ବନ୍ଧୁକଧାରୀ ମଧ୍ୟ ନିଜକୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଏଭଳି ଘଟଣା କାନାଡାରେ ପୂର୍ବରୁ କେବେ ଘଟି ନଥିଲା ବୋଲି କୁହାଯାଉଛି। ହାଲିଫାକ୍ସ ସହରର ଉତ୍ତର ଦିଗରେ ପୋର୍ଟାପିକ୍‌ଠାରେ ଏହି ବର୍ବର କାଣ୍ଡ ଘଟିଛି। ୧୬ଟି ମୃତ ଦେହ ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ହୋଇ ପଡିଥିବାର ପୁଲିସ ଜାଣିବାକୁ ପାଇଥିଲା। ମୃତକଙ୍କ ମଧ୍ୟ‌ରେ ଜଣେ ପୁଲିସ ଅଧିକାରୀ ଅଛନ୍ତି। ଗତ ଶନିବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି। ବନ୍ଧୁକଧାରୀ ହତ୍ୟାକାରୀ ନିଜର ଶତୃକୁ ଗୁଳି କରିବାକୁ ଯାଇ ସେଠ‌ାରେ ଥିବା ଅନ୍ୟମାନଙ୍କୁ ଗୁଳି କରିବାକୁ ପଛାଇ ନଥିଲା। ବର୍ତ୍ତମାନ ସମଗ୍ର ବିଶ୍ବରେ ଲକ୍‌ଡାଉନ ଜାରି ହୋଇଥିବା ବେଳେ କାନାଡାରେ ମଧ୍ୟ ଲକ୍‌ଡାଉନ ଘୋଷିତ ହୋଇଛି। ହତ୍ୟାକାରୀକୁ ପୁଲିସ ଗିରଫ କରିବାରେ ସଫଳ ‌ହୋଇଛି। ଏହି ବନ୍ଧୁକଧାରୀ ନାମ ଗାବ୍ରିଏଲ ଓଟ୍‌ମ୍ୟାନ (୫୧)। ପୁଲିସ କହିବା ଅନୁଯାୟୀ, ଏହି ବନ୍ଧୁକଧାରି ଗତ କିଛିଦିନ ହେବ ପୋର୍ଟାପିକରେ ରହିଆସୁଥିଲା। ସେ ନିଜକୁ ରୟାଲ କାନାଡିଆନ ମାଉଣ୍ଟେଡ୍‌ ପୁଲିସ କ୍ରୁଜର ଭାବେ ପରିଚୟ ଦେଇ ଆସୁଥିଲା ଏବଂ ସର୍ବଦା ପୁଲିସ ପୋଷାକରେ ରହୁଥିଲା। ଏଭଳି ହତ୍ୟାକାଣ୍ଡ କାନାଡ଼ା ଇତିହାସରେ ପ୍ରଥମ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର