ପାକିସ୍ତାନର ବେଲୁଚିସ୍ତାନରେ ପୁଣି ଆତଙ୍କବାଦୀ ଆକ୍ରମଣ, ପଞ୍ଚତାରକା ହୋଟେଲରେ ପଶିଲେ ସଶସ୍ତ୍ର ଆତଙ୍କବାଦୀ

ଇସ୍ଲାମାବାଦ : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ବନ୍ଦର ସହର ଗ୍ଵାଦରରେ ଥିବା ଏକ ପଞ୍ଚତାରକା ହୋଟେଲରେ କେତେକ ଅଜଣା ବନ୍ଧୁକଧାରୀ ପଶି ହୋଟେଲରେ ଥିବା ଅତିଥି ଓ କର୍ମଚାରୀଙ୍କୁ ବନ୍ଧକ ରଖିବା ଖବର ହସ୍ତଗତ ହୋଇଛି । ପାକ ସେନା ଓ ସ୍ଥାନୀୟ ପୁଲିସ ହୋଟେଲକୁ ଘେରିରହିଛନ୍ତି ।
ପାକିସ୍ତାନୀ ଖବରକାଗଜ ଡନ ନ୍ୟୁଜ ରିପୋର୍ଟ ଅନୁସାରେ ଏହି ଆଜି ଅପରାହ୍ନ ପାକିସ୍ତାନୀ ସ୍ଥାନୀୟ ସମୟ ସାଢେ ୪ଟା ବେଳେ ପ୍ରାୟ ୩ରୁ ୪ ଜଣ ଅଜଣା ବନ୍ଧୁକଧାରୀ ଗ୍ଵାଦରର କୋହ-ଇ-ବାଟିଲ ପାହାଡ଼ ଉପରେ ଥିବା ପଞ୍ଚତାରକା ହୋଟେଲ ପର୍ଲ କଣ୍ଟିନେଣ୍ଟାଲ ହୋଟେଲରେ ପଶି ଗୁଳି ଚଳାଇଥିଲେ । ଖବର ମିଳିବା ପରେ ପାକିସ୍ତାନୀ ସେନାର କମାଣ୍ଡୋ ଓ ପୁଲିସ ବାହିନୀ ହୋଟେଲକୁ ଘେରିଯିବା ସହ ଗୁଳିବିନିମୟ ଆରମ୍ଭ ହୋଇଛି । ହୋଟେଲରେ ଏବେ ସାଧାରଣ ଲୋକ ଓ ହୋଟେଲ କର୍ମଚାରୀ ଅଛନ୍ତି । ତେବେ ହୋଟେଲରେ ଏବେ କୌଣସି ବିଦେଶୀ ଅତିଥି ନାହାନ୍ତି ବୋଲି ଜଣାପଡିଛି । ଠିକ ଏକ ସପ୍ତାହ ତଳେ ଗ୍ଵାଦରର ଓରମାରା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ପାକ ସେନା ଯବାନଙ୍କ ସମେତ ୧୪ ଜଣ ନିହତ ହୋଇଥିଲେ ।

ସମ୍ବନ୍ଧିତ ଖବର