ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପାଇଁ ଜମ୍ମୁ ଓ କଶ୍ମୀରର ଗୁପକର ମେଣ୍ଟ ରାଜି

ନୂଆଦିଲ୍ଲୀ :  ଆସନ୍ତା ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ ଓ କଶ୍ମୀରର ନେତାମାନଙ୍କ ସହ ଆଲୋଚନା କରିବାକୁ ଯାଉଥିବାବେଳେ ଘାଟିରେ ରାଜନୈତିକ ଗହଳିଚହଳି ହଠାତ ବଢିଯାଇଛି । ଏହି ବୈଠକରେ ଯୋଗଦେବାକୁ ଆଜି ଜମ୍ମୁ ଓ କଶ୍ମୀରର ରାଜନୈତିକ ଦଳମାନଙ୍କ ସଂଗଠନ ଗୁପକର ଆଲାଏନ୍ସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଆଜି ନାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ବାସଭାବନରେ ଅନୁଷ୍ଠିତ ମେଣ୍ଟର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଫାରୁକଙ୍କ ସମେତ ପିଡିପି ମୁଖ୍ୟ ମେହେବୁବା ମୁଫତି ଓ ସିପିଆଇ(ଏମ ) ନେତା ମହମ୍ମଦ ୟୁସୁଫ ତାରିଗାମୀ ଯୋଗଦେବାକୁ ସମ୍ମତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କେଉଁ ପ୍ରସଙ୍ଗରେ ଜମ୍ମୁ ଓ କଶ୍ମୀରର ନେତାମାନଙ୍କୁ ଭେଟିବାକୁ ଚାହୁଁଛନ୍ତି ତାହା ଜଣାପଡ଼ିନଥିଲେ ମଧ୍ୟ ପୁଣି ରାଜ୍ୟମାନ୍ୟତା ଫେରାଇବା ନିମନ୍ତେ ଭରସାର ବାତାବରଣ ସୃଷ୍ଟି କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ଆଲୋଚନା ପ୍ରସ୍ତାବକୁ ପୂର୍ବରୁ ହିଁ ଘାଟିର ଅଧିକାଂଶ ରାଜନୈତିକ ଦଳ ସ୍ବାଗତ କରିଛନ୍ତି । ତେବେ ଏହି ଆଲୋଚନାକୁ ହୁରିଆତକୁ ଡକାଯାଇନାହିଁ ।

ସମ୍ବନ୍ଧିତ ଖବର