ନୂଆଦିଲ୍ଲୀ: ଦୁନିଆରେ କୌଣସି କୋଣରେ କିଛି ବି ବିପଦ ଆସୁ ଶିଖ ସମୁଦାୟର ଲୋକମାନେ ନିଶ୍ଚିତଭାବେ ସହାୟତା କରିବାକୁ ସେଠାରେ ପହଞ୍ଚି ଯାଇଥାନ୍ତି । ହେଲେ ଏବେ ଦେଶରେ କରୋନା ମହାମାରୀ ଯେଭଳି ଭାବେ ବିପଦ ଆଣିଛି ତାହାକୁ ଦେଖି ସହାୟତାର ହାତ ବଢାଇଛନ୍ତି ଶିଖ ସମୁଦାୟ । ଶିଖ ସମୁଦାୟର ଲୋକମାନେ କେଉଁଠି କରୋନା ସଂକ୍ରମିତଙ୍କ ପାଇଁ ଖାଦ୍ୟ ବାଣ୍ଟୁଛନ୍ତି ତ କେଉଁଠି ଅକ୍ସିଜେନ ଯୋଗାଉଛନ୍ତି । ଏହାରି ମଧ୍ୟରେ ମହାରାଷ୍ଟ୍ର ନାଦେଡ ଗୁରୁଦ୍ୱାରର ତଖ୍ଟ ଶ୍ରୀ ହଜୁର ସାହିବ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଗୁରୁଦ୍ୱାରରେ ପୂର୍ବ ୫୦ ବର୍ଷରୁ ଯେତେ ସୁନା ଗଚ୍ଛିତ ରହିଛି ତାହାକୁ ଦାନ କରାଯିବ ଓ ସେହି ଦାନ ଅର୍ଥରେ ମେଡିକାଲ ନିର୍ମାଣ କରାଯିବ ।
ଗୁରୁଦ୍ୱାରର ଅନ୍ୟଜଣେ ତଖ୍ଟ ବାବା କୁଲବନ୍ତ ସିଂଜୀ କହିଛନ୍ତି କି ଲୋକମାନଙ୍କୁ ଚିକିତ୍ସା ପାଇଁ ନାଦେଡରୁ ହାଇଦ୍ରାବାଦ, ମୁମ୍ବାଇ ଭଳି ବଡ ସହରକୁ ଯିବାକୁ ପଡୁଛି । ହେଲେ ଯଦି ନାଦେଡରେ ଏକ ବଡ ହସ୍ପିଟାଲ ନିର୍ମାଣ କରାଯାଇ ପାରିବ ତେବେ ଲୋକମାନେ ଚିକିତ୍ସା ସୁବିଧା ପାଇବା ସହ ଅନେକଗୁଡିଏ ଅର୍ଥ ଖର୍ଚ୍ଚକରି ଦୂରକୁ ଯିବାକୁ ପଡିବ ନାହିଁ ।
Takht Hazoor Sahib , Nanded, in Maharashtra - One of the Five Takhts of SIKHISM, is releasing all the Gold collected over the last 50 years - to build Hospitals & Medical Colleges
Aim - Nobody should have to travel to Hyderabad OR Bombay for Medical studies or Treatment !!!
🙏 pic.twitter.com/43znceCa0S— #ProudIndian (@ColTekpal) May 18, 2021
କୁଲବନ୍ତ ସିଂଜୀ ଆହୁରି କହିଛନ୍ତି କି, ଗୁରୁଦ୍ୱାରରେ ଯେଉଁ ସୁନା ୫୦ ବର୍ଷ ହେବ ଗଚ୍ଛିତ ହୋଇ ରହିଛି ତାହାକୁ ଆଉ ଗଚ୍ଛିତ ହୋଇ ରହିବାକୁ ଦିଆଯିବ ନାହିଁ । ଏହାକୁ ଏବେ ଲୋକମାନଙ୍କ ସେବାରେ ଲଗାଇ ଦିଆଯିବ । ଏହାକୁ ମେଡିକାଲ ଓ ସ୍କୁଲ ନିର୍ମାଣରେ ଖର୍ଚ୍ଚ କରାଯିବ ।
ଉଲ୍ଲେଖଯୋଗ୍ୟ, ନାଦେଡଠାରେ ୧୮୩୨ ରୁ ୧୮୩୭ ମସିହା ମଧ୍ୟରେ ଏହି ଗୁରୁଦ୍ୱାରା ନିର୍ମାଣ କରାଯାଇଥିଲା । ଗୋଦାବରୀ କୂଳରେ ଥିବା ଏହି ଗୁରୁଦ୍ୱାର ନାଦେଡ ହଜୁର ସାହିବ ସଚଖଣ୍ଡ ଗୁରୁଦ୍ୱାର ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ । ବର୍ଷ ସାରା ଦେଶ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ନିଜର ମନସ୍କାମନା ଜଣାଇଥାନ୍ତି। କୁହାଯାଏ କି ୧୭୦୮ ମସିହା ପୂର୍ବରୁ ଗୁରୁ ଗୋବିନ୍ଦ ସିଂ ଧର୍ମପ୍ରଚାର କରିବା ସମୟରେ ଏଠାରେ ତାଙ୍କର ଭକ୍ତମାନଙ୍କ ସହ କିଛିଦିନ ରହିଥିଲେ ।