ପ୍ରଦ୍ୟୁମ୍ନ ହତ୍ୟା ମାମଲା: ‘ ଶାରୀରିକ ନିର୍ଯାତନା ଓ ବିଦ୍ୟୁତ୍‌ ସକ୍ ଦେଇ ଦୋଷ ସ୍ୱୀକାର କରିବା ପାଇଁ ବାଧ୍ୟ କରିଥିଲେ’

ଗୁରୁଗ୍ରାମ: ହରିଆଣାର ଗୁରୁଗ୍ରାମସ୍ଥିତ ରିୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲାରେ ପ୍ରଥମେ ଅଭିଯୁକ୍ତ ଚିହ୍ନଟ ହୋଇଥିବା ସ୍କୁଲ୍‌ ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ଗତ ମଙ୍ଗଳବାର ଦିନ ଜାମିନ ମିଳିଛି। ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ସେପ୍ଟେଟର ୮ ତାରିଖ ଦିନ ପୁଲିସ ଗିରଫ କରି  ଜେଲ ପଠାଇଥିଲା। ୭୫ଦିନ ପରେ ସେ ଜେଲରୁ ନିର୍ଦ୍ଦୋଷରେ ଖଲାସ ହୋଇ ଘରକୁ ଫେରିଛନ୍ତି।

ତେବେ ଜେଲରୁ ଖଲାସ ହେବାପରେ ଅଶୋକ କହିଛନ୍ତି, ‘୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନଙ୍କୁ ମୁଁ ହତ୍ୟା କରିଥିବା ସନ୍ଦେହ କରି ମୋତେ ଗିରଫ କରାଯାଇଥିଲା। କିନ୍ତୁ ପ୍ରଦ୍ୟୁମ୍ନର ହତ୍ୟା କପରି ଓ କାହିଁକି ହୋଇଛି ସେ ସମ୍ପର୍କରେ ମୁଁ ଆଦୌ କିଛି ଜାଣି ନଥିଲି। ଗୁରୁଗ୍ରାମ ପୁଲିସ କୌଣସି ଯାଞ୍ଚ ନ କରି ପ୍ରଦ୍ୟୁମ୍ନକୁ ହତ୍ୟା କରିଥିବା ନେଇ ମୋତେ ଦୋଷ ସ୍ୱୀକାର କରିବା ପାଇଁ କହିଥିଲେ। ଏଥିପାଇଁ ମୋତେ ଅନେକ ନିର୍ଯାତନା ଦେବା ସହିତ ଧମକଚମକ ମଧ୍ୟ ଦେଇଥିଲେ। ଯାହାଫଳରେ ମୁଁ ଏହି ନିର୍ଯାତନାକୁ ସହି ନ ପାରି ମୁଁ ଦୋଷ ସ୍ୱୀକାର କରି ନେଇଥିଲି।’

ତେବେ ଜେଲରୁ ଖଲାସ ହେବାପରେ ଅଶୋକ କହିଛନ୍ତି, ‘୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନଙ୍କୁ ମୁଁ ହତ୍ୟା କରିଥିବା ସନ୍ଦେହ କରି ମୋତେ ଗିରଫ କରାଯାଇଥିଲା। କିନ୍ତୁ ପ୍ରଦ୍ୟୁମ୍ନର ହତ୍ୟା କପରି ଓ କାହିଁକି ହୋଇଛି ସେ ସମ୍ପର୍କରେ ମୁଁ ଆଦୌ କିଛି ଜାଣି ନଥିଲି। ଗୁରୁଗ୍ରାମ ପୁଲିସ କୌଣସି ଯାଞ୍ଚ ନକରି ପ୍ରଦ୍ୟୁମ୍ନକୁ ହତ୍ୟା କରିଥିବା ନେଇ ମୋତେ ଦୋଷ ସ୍ୱୀକାର କରିବା ପାଇଁ କହିଥିଲେ। ଏଥିପାଇଁ ମୋତେ ଅନେକ ନିର୍ଯାତନା ଦେବା ସହିତ ଧମକଚମକ ମଧ୍ୟ ଦେଇଥିଲେ। ଯାହାଫଳରେ ମୁଁ ଏହି ନିର୍ଯାତନାକୁ ସହି ନପାରି ମୁଁ ଦୋଷ ସ୍ୱୀକାର କରି ନେଇଥିଲି।’

ଅଶୋକ ଜେଲରୁ ମୁକୁଳିବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ବୋଲି ତାଙ୍କ ପତ୍ନୀ ଗଣମାଧ୍ୟମକୁ କହିଛନ୍ତି। ଆଶୋକଙ୍କ ପତ୍ନୀ କହନ୍ତି, ‘ଆମେ ପ୍ରଥମରୁ ହିଁ ଜାଣିଥିଲୁ ପ୍ରଦ୍ୟୁମ୍ନଙ୍କ  ହତ୍ୟା ମୋ ସ୍ୱାମୀ ଆଶୋକ କରି ନଥିବେ। ହେଲେ ବି ମୋ ସ୍ୱାମୀଙ୍କୁ ଗିରଫ କରି ଜେଲ ପଠାଯାଇଥିଲା। ସେଠାରେ ଜୋରଜବରଦସ୍ତି ତାଙ୍କୁ ପ୍ରଦ୍ୟୁମ୍ନର ହତ୍ୟା କରିଥିବା ନେଇ ଦୋଷ ସ୍ୱୀକାର କରିବାକୁ ଗୁରୁଗ୍ରାମ ପୁଲିସ ବାଧ୍ୟ କରିଥିଲେ। ପୁଲିସ କଥାରେ ମୋ ସ୍ୱାମୀ ରାଜି ନହେବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଓଲଟା ଝୁଲାଇ ଦେଇଥିଲେ। କେବଳ ଏତିକି ନୁହେଁ, ଆହୁରି ଅନେକ ନିର୍ଯାତନା ଦେବା ସହିତ ଇଲେକ୍ଟ୍ରିକ୍‌ ସକ୍‌ ମଧ୍ୟ ମୋ ସ୍ୱାମୀଙ୍କୁ ଦିଆଯାଇଥିଲା ବୋଲି ଆଶୋକଙ୍କ ପତ୍ନୀ କହନ୍ତି।’

ସୂଚନାଯୋଗ୍ୟ, ସିବିଆଇ ହାତକୁ ମାମଲା ଯିବା ପରେ ଅଶୋକ ହତ୍ୟାକାରୀ ନୁହନ୍ତି ବୋଲି ଜଣା ପଡ଼ିଥିଲା। ଅତିରିକ୍ତ ସେସନ୍‌ ଜଜ୍‌ ରଜନୀ ଯାଦବ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଆଶେକଙ୍କ ଜାମିନ ମଞ୍ଜୁର କରିଥିଲେ। ଗୁରୁଗ୍ରାମ ଅନ୍ତର୍ଗତ ଘମ୍ରୋଜ୍‌ ଗାଁରେ ବାସ କରୁଥିବା ଅଶୋକଙ୍କ ପରିବାରଙ୍କୁ ଗ୍ରାମବାସୀ ତାଙ୍କର ଜାମିନ ବାବଦ ଅର୍ଥ ପୈଠ କରିବାକୁ ଦେଇଥିଲେ। ଅଶୋକ ଗିରଫ ହେବା ଦିନଠାରୁ ଗ୍ରାମବାସୀମାନେ ତାଙ୍କ ପାଇଁ ଟଙ୍କା ଆଦାୟ କରିବା ଆରମ୍ଭ କରିଥିଲେ। ଗ୍ରାମବାସୀମାନେ ୧୦୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ଲେଖାଏଁ ଟଙ୍କା ଦେଇଛନ୍ତି। ଏ ପର୍ଯ୍ୟନ୍ତ ସମୁଦାୟ ୨ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେଟର ୮ରେ ରିୟାନ୍‌ ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନକୁ ଶୌଚାଳୟ ଭିତରେ ଗଳା କାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ପ୍ରଥମେ ବସ୍‌ କଣ୍ଡକ୍ଟର ଅଶୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। କିନ୍ତୁ ପରେ ସିବିଆଇ ତଦନ୍ତଭାର ନେବାପରେ ହତ୍ୟାକାଣ୍ଡରେ ସ୍କୁଲର ଜଣେ ଏକାଦଶ ଶ୍ରେଣୀ ଛାତ୍ରର ସମ୍ପୃକ୍ତି ଥିବା କହି ମାମଲାକୁ ଭିନ୍ନ ମୋଡ଼ ଦିଆଯାଇଛି। ସେହିପରି ଗିରଫଦାରିକୁ ଏଡ଼ାଇବା ପାଇଁ ରିୟାନ୍‌ ସ୍କୁଲର ୩ ଜଣ ମାଲିକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ କିନ୍ତୁ ସେମାନଙ୍କ ଜାମିନ ଆବେଦନକୁ ରଦ୍ଦ କରିବା ପାଇଁ ପ୍ରଦ୍ୟୁମ୍ନର ବାପା ବରୁଣ ଠାକୁର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଏହି ଘଟଣାରେ ସିବିଆଇର ମତାମତ ଲୋଡ଼ି ସିବିଆଇକୁ ନୋଟିସ ଜାରି କରିଥିଲେ।

 

ସମ୍ବନ୍ଧିତ ଖବର