ଜେଲ ଭିତରେ ପରିବା ଚାଷ କରୁଛନ୍ତି ରାମ ରହିମ, ଦିନକୁ ପାରିଶ୍ରମିକ ୨୦ଟଙ୍କା

ସିରସା: ଡେରା ସଚ୍ଚା ସୌଦା ଗୁରମିତ ରାମ ରହିମ ସିଂହ ୨ଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିବା ଅପରାଧରେ ସିବିଆଇ ସ୍ୱତନ୍ତ୍ର କୋର୍ଟ ୨୦ବର୍ଷ ଜେଲଦଣ୍ଡର ଶୁଣାଣି କରିଥିଲେ। ଏହାପରେ ରାମ ରହିମ ରୋହତକ ଜେଲରେ ରହୁଛନ୍ତି।  ଜେଲରେ ରାମ ରହିମ ଆଠ ଘଣ୍ଟା ପରିଶ୍ରମ କରି ପାରିବା ଚାଷ କରୁଛନ୍ତି। ଏଥିପାଇଁ ରାମ ରହିମଙ୍କୁ ତାଙ୍କ ପାରିଶ୍ରମିକ ବାବଦକୁ ୨୦ଟଙ୍କା ଲେଖାଏଁ ଦିଆଯାଉଛି। ରାମ ରହିମଙ୍କ ଫସଲରୁ ମିଳୁଥିବା ପରିବା ଜେଲ ବାହାରେ ବିକ୍ରି ହେବ ନାହିଁ ବରଂ ଜେଲ ଭିତରେ ରୋଷେଇ ହେବ।
ସୂଚନାନୁସାରେ, ବାବ ରାମ ରହିମଙ୍କ ଜେଲରେ କୌଣସି ଭିଆଇପି ସୁବିଧା ଦିଆଯାଉ ନାହିଁ। ସେ ଅନ୍ୟ କଏଦୀମାନଙ୍କ ଭଳି ସାଧାରଣ ଭାବେ ରହୁଛନ୍ତି। ଖାଲି କଠୋରୀରେ ରାମ ରହିମଙ୍କୁ ଏକ ପଲଙ୍କ ହିଁ ଦିଆଯାଇଛି। ଜେଲର କୌଣସି ମହିଳା କର୍ମଚାରୀଙ୍କୁ ଗୁରମିତ ରାମ ରହିମଙ୍କ ସେଲ ପାଖକୁ ଯିବା ପାଇଁ ଅନୁମତି ନାହିଁ।
ସମ୍ବନ୍ଧିତ ଖବର