ରାମ ରହିମ ୫୦ଦିନ ସଜା କାଟିବା ପରେ, ଦୀପାବଳି ପାଇଁ ଜେଲକୁ ମିଠା ନେଇଗଲେ ପତ୍ନୀ

ସିର୍‌ସା: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ରୋହତକ ଜେଲ ୫୦ଦିନ ସଜା କାଟିବା ପରେ ସୋମବାର ତାଙ୍କୁ ଭେଟିବା ପାଇଁ ପତ୍ନୀ ହରଜିତ୍‌ କୌର, ପୁଅ ଜମମିତ୍‌ ସିଂହ ଇନ୍‌ସା, ଝିଅ ଚରଣପ୍ରୀତ, ଜ୍ୱାଇଁ ରୁହା-ଏ-ମିଥ ଓ ଅମରପ୍ରୀତ ଯାଇ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ୨୦୦୨ ମସିହାରେ ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ପଞ୍ଚକୁଲାସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦଲାତ ଡେରା ୨୦ବର୍ଷ ଜେଲଦଣ୍ଡ ସହିତ ୩୦ଲକ୍ଷ ଟଙ୍କାର ଜରିମାନା କରିଥିଲେ। ଏହାପରେ ରାମ ରହିମ ରୋହତକ ଜେଲରେ ରହୁଛନ୍ତି। ରାମ ରହିମ ରୋହତକ ଜେଲରେ ରହିବା ଦିନଠାରୁ ଏଯାବତ୍‌ ତାଙ୍କୁ ଭେଟିବା ପାଇଁ କୌଣସି ସମ୍ପର୍କୀୟଙ୍କୁ ପଠାଯାଇ ନଥିଲା। ତେବେ ପ୍ରଥମଥର ପାଇଁ ହରଜିତ ରାମ ରହିମଙ୍କୁ ଭେଟି ଦୀପାବଳି ଅବସରରେ ନିଜ ହାତରେ ମିଠା ବନାଇ ସ୍ୱାମୀଙ୍କ ପାଖକୁ ଆଣିଥିଲେ। ରାମ ରହିମଙ୍କୁ ଭେଟିବା ପାଇଁ ୧୦ଜଣଙ୍କ ନାମ ସାମିଲ ଥିଲା। ସେଥିମଧ୍ୟରେ ତାଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସାଙ୍କ ନାମବି ସାମିଲ ଥିଲା।

ରୋହତକ ଜେଲରେ ରାମ ରହିମ ଆଠ ଘଣ୍ଟା ପରିଶ୍ରମ କରି ପାରିବା ଚାଷ କରୁଛନ୍ତି। ଏଥିପାଇଁ ରାମ ରହିମଙ୍କୁ ତାଙ୍କ ପାରିଶ୍ରମିକ ବାବଦକୁ ୨୦ଟଙ୍କା ଲେଖାଏଁ ଦିଆଯାଉଛି। ରାମ ରହିମଙ୍କ ଫସଲରୁ ମିଳୁଥିବା ପରିବା ଜେଲ ବାହାରେ ବିକ୍ରି ହେବ ନାହିଁ ବରଂ ଜେଲ ଭିତରେ ରୋଷେଇ କରାଯାଉଛି।

ବାବ ରାମ ରହିମଙ୍କୁ ଜେଲରେ କୌଣସି ଭିଆଇପି ସୁବିଧା ଦିଆଯାଉ ନାହିଁ। ସେ ଅନ୍ୟ କଏଦୀମାନଙ୍କ ଭଳି ସାଧାରଣ ଜୀବନ ବିତାଉଛନ୍ତି। ଖାଲି କଠୋରୀରେ ରାମ ରହିମଙ୍କୁ ଏକ ପଲ, ଦୁଇଟି ବହି, ଦୁଇ ହଳ ଚପଲ ହିଁ ଦିଆଯାଇଛି। ଜେଲର କୌଣସି ମହିଳା କର୍ମଚାରୀଙ୍କୁ ଗୁରମିତ ରାମ ରହିମଙ୍କ ସେଲ ପାଖକୁ ଯିବା ପାଇଁ ଅନୁମତି ନାହିଁ।

ଉଲ୍ଲେଖଯୋଗ୍ୟ, ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ପଞ୍ଚକୁଲାସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦଲାତ ଡେରା ୨୦ବର୍ଷ ଜେଲଦଣ୍ଡ ସହିତ ୩୦ଲକ୍ଷ ଟଙ୍କାର ଜରିମାନା କରିଥିଲେ। ଏହାପରେ ରାମ ରହିମଙ୍କ ପୂର୍ବ ସମର୍ଥକମାନେ ଗଣମାଧ୍ୟମରେ ମୁହଁ ଖୋଲିବା ପାଇଁ ସାହସ ଜୁଟାଇ ଥିଲେ। ସିବିଆଇ ଦ୍ୱାରା ବାବା ରାମ ରହିମଙ୍କ ବିରୋଧରେ ଦାୟର କରାଯାଇଥିବା ଚାର୍ଜସିଟରେ ଆହୁରି ୬ଜଣ ମହିଳାଙ୍କ ନାମ ଅଛି ଯେଉଁମାନେ ରାମ ରହିମଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ସୂଚନା ମିଳିଛି।

ଏତଦ୍‌ ବ୍ୟତୀତ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରଯିବା ପରେ ବାବଙ୍କ ପୋଷ୍ୟକନ୍ୟା ହନିପ୍ରୀତ ହିନସା କେଉଁ ଆଡେ ଫେରାର ହୋଇଯାଇଥିଲେ। ସିରସାରେ ସୃଷ୍ଟି ହୋଇଥିବା ଦଙ୍ଗାରେ ହନିପ୍ରୀତ ସାମିଲ ଥିବା ନେଇ ବି ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ହନିପ୍ରୀତ ଗିରଫ କରିବା ପାଇଁ ବିହାର ଠାରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ ହାଇ ଆଲର୍ଟ ଜରି କରାଯାଇଥିଲା। ହନିପ୍ରୀତଙ୍କୁ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପାଇଁ ବି ନିର୍ଦ୍ଦେଶ ଦିଆଯାଇଥିଲା।

ଶେଷରେ ପଞ୍ଜାବର ମୋହାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପୂର୍ବରୁ ଡେରା ସଚ୍ଚା ମୁଖ୍ୟ ରାମ ରହିମଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସାଙ୍କୁ ଗିରଫ କରିଥିଲା ହରିୟାଣା ପୁଲିସ। ଏହାପରେ ହରିୟାଣା ପୁଲିସ ତାଙ୍କୁ ପଞ୍ଚକୁଲା ପୁଲିସରେ ଜିମା ଦେଇଥିଲେ। ଗିରଫ ହେବା
ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ହନିପ୍ରୀତ ଇନସାଙ୍କ ଅଗ୍ରିମ ଜାମିନ ପାଇଁ ଆବେଦନକୁ ଖରାଜ କରି ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଥିଲେ। ହନିପ୍ରୀତ ଆତ୍ମସମର୍ପଣ କରିବେ ବୋଲି ସ୍ଥିର କରିଥିଲା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ।

ସମ୍ବନ୍ଧିତ ଖବର