ଚଣ୍ଡିଗଡ଼: ଡେରା ସଚ୍ଚା ସୌଦାର ମୁଖ୍ୟ ତଥା ଆତ୍ମଘୋଷିତ ଭଗବାନେ ଗୁରମିତ ରାମ ରହିମ ସିଂହଙ୍କ ବିରୋଧରେ ରହିଥିବା ହତ୍ୟା ଅଭିଯୋଗର ଶୁଣାଣି ଜାନୁଆରି ୧୧ ତାରିଖରେ ହେବ ବୋଲି ସୂଚନା ରହିଛି। ତେବେ, ବିଶେଷ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କୋର୍ଟ ଶୁଣାଇବାକୁ ଥିବା ଏହି ଶୁଣାଣି ସମୟରେ ରାମ ରହିମ କୋର୍ଟ ରୁମ୍ରେ ଉପସ୍ଥିତ ହେବେ ନାହିଁ। ପଞ୍ଚକୁଲା କୋର୍ଟରେ ହେଉଥିବା ଶୁଣାଣି ସମୟରେ ରାମ ରହିମ ଜେଲ୍ ଭିତରୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହେବେ। ସେ ବର୍ତ୍ତମାନ ହରିଆଣାସ୍ଥିତ ରେହତକ ଜିଲ୍ଳାର ସୁନାରିଆ ଜେଲ୍ରେ କାରାଦଣ୍ଡ ଭୋଗୁଛନ୍ତି।
ଉଲ୍ଲେଖଯୋଗ୍ୟ, ରାମ ରହିମ ତାଙ୍କ ଆଶ୍ରମର ଦୁଇ ଜଣ ସ୍ୱାଧୀଙ୍କୁ ଦୁଷ୍କର୍ମ କରିଛନ୍ତି ବୋଲି ଅଭିଯୋଗ ଆସିଥିଲା। ଏହି ମାମଲାର ଶୁଣାଣି କରି ୨୦୧୭ ମସିହା ଅଗଷ୍ଟ ମାସରେ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ଫଳରେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇଥିଲା।
ତେବେ, ୨୦୦୨ ମସିହା ନଭେମ୍ବର ୨୧ ତାରିଖରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ଶୀର୍ଷା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ରାମ ରହିମଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା, ଯାହାର ଶୁଣାଣି ଆସନ୍ତା ୧୧ ତାରିଖରେ ହେବାକୁ ଯାଉଛି।