ନୂଆଦିଲ୍ଲୀ: ଦୁଷ୍କର୍ମ ଓ ନରହତ୍ୟା ଅଭିଯୋଗରେ ଜେଲ୍ରେ ଥିବା ‘ଡେରା ସଚା ସୌଦା’ର ମୁଖ୍ୟ ଗୁରମୀତ ରାମରହିମଙ୍କୁ ଅକ୍ଟୋବର ୨୪ ତାରିଖ ଦିନ ହରିୟାଣା ସରକାର ଦିନକ ପାଇଁ ପାରୋଲ୍ରେ ଛାଡ଼ିଥିଲେ।
ଗୁରୁଗ୍ରାମରେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅସୁସ୍ଥ ମାଆଙ୍କୁ ଦେଖିବା ନିମନ୍ତେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟାର ସରକାର ତାଙ୍କୁ ଏହି ପାରୋଲ୍ ମଞ୍ଜୁର କରିଥିଲେ।
ଅକ୍ଟୋବର ୨୪ ତାରିଖ ଦିନ କଡ଼ା ସୁରକ୍ଷା ବଳୟରେ ରାମରହିମଙ୍କୁ ସୁନରିଆ ଜେଲ୍ରୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ସେ ମାଆଙ୍କ ପାଖରେ ସନ୍ଧ୍ୟା ପର୍ଯ୍ୟନ୍ତ ରହିଥିଲେ।
Image Courtesy of Lokmatରାମରହିମଙ୍କ ୮୫ ବର୍ଷୀୟ ମାଆ ନସୀବ କୌର୍ ହୃଦ୍ରୋଗରେ ପୀଡ଼ିତ ହୋଇ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ଦର୍ଶାଇ ପତ୍ନୀ ହରଜିତ୍ କୌର୍ ପାରୋଲ୍ ପାଇଁ ନିବେଦନ କରିଥିଲେ।
ପ୍ରାପ୍ତ ସୂଚନା ଅନୁସାରେ, ରାମରହିମଙ୍କ ଡାକ୍ତରଖାନା ଯାତ୍ରା ସମୟରେ ନିରାପତ୍ତା ବଜାୟ ରଖିବାକୁ ହରିୟାଣା ପୁଲିସର ତିନୋଟି କମ୍ପାନି ମୁତୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗୋଟିଏ କମ୍ପାନିରେ ୮୦ରୁ ୧୦୦ ଜଣ ଯବାନ ଥାଆନ୍ତି। ପରଦା ଢଙ୍କା ପୁଲିସ ଗାଡ଼ି ମଧ୍ୟରେ ରାମରହିମଙ୍କୁ ଜେଲ୍ରୁ ନିଆଯାଇଥିଲା ଏବଂ ପୁଣି ଜେଲ୍କୁ ଫେରାଇ ଅଣାଯାଇଥିଲା।
ରାମରହିମଙ୍କୁ ପାରୋଲ୍ ଦିଆଯିବା କଥା ଜନସାଧରଣଙ୍କୁ ଜଣାଇ ଦିଆଯାଇ ନ ଥିଲା। ହରିୟାଣାର ମୁଖ୍ୟମନ୍ତ୍ରୀ ଓ ଅଳ୍ପ କେତେକ ବରିଷ୍ଠ ହରିୟାଣା ସରକାରୀ ଅଧିକାରୀ ଏହି ନିଷ୍ପତ୍ତି ସଂକ୍ରାନ୍ତରେ ଜାଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ram-raheem.png)