ନୂଆଦିଲ୍ଳୀ: ଟିମ୍ ଇଣ୍ଡିଆର ୱିକେଟ୍ କିପର୍ ଋଷଭ ପନ୍ଥ ଦୁର୍ଘଟଣା ପରେ ଖେଳାଖେଳିରୁ ନିଜକୁ ଦୂରେଇ ରଖିଛନ୍ତି। ଜାନୁଆରି ମାସରେ ତାଙ୍କର କୋକିଲାବେନ୍ ହସ୍ପିଟାଲ୍ରେ ସର୍ଜରୀ ହୋଇଥିଲା। ଏହି ସର୍ଜରୀ ପରେ ସେ ଏବେ ଘରେ ବିଶ୍ରାମ କରୁଛନ୍ତି। ଏମଧ୍ୟରେ ତାଙ୍କୁ ତାଙ୍କ ଘରେ ଭେଟିଛନ୍ତି କଣ୍ଠଶିଳ୍ପୀ ଗୁରୁ ରନ୍ଧାୱା। ନିଜର ଗୀତ ପାଇଁ ଚର୍ଚ୍ଚାରେ ରହୁଥିବା ଗୁରୁ ଏବେ ପନ୍ତଙ୍କ ସହ ଇନଷ୍ଟାରେ ଫଟୋ ସେୟାର କରି ତାଙ୍କୁ ଦେଖା କରିଥିବା ଜଣାଇଛନ୍ତି।
ଫଟେରେ ପନ୍ତ ଓ ଗୁରୁ ସୋଫାରେ ବସିଥିବା ବେଳେ ପନ୍ତ ଏକ ଚେୟାର ଉପରେ ନିଜର ଗୋଡ ରଖିଥିବା ଦେଖାଯାଇଛି। ଫଟୋ ସେୟାର କରି ଗୁରୁ ଲେଖିଛନ୍ତି, “ମୋ ଭାଇ ଋଷଭ ପନ୍ତ ଆହୁରି ଅଧିକ ଶକ୍ତିଶାଳୀ ହୋଇ ଫେରି ଆସିବାର ଦେଖି ମୁଁ ବହୁତ ଖୁସି। ସବୁଦିନ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି। ତୁମକୁ ଭଲ ପାଏ ଭାଇ।”
View this post on Instagram
ଦୁର୍ଘଟଣାର ଶିକାର ହେବା ପରେ ଡାକ୍ତରଖାନାରେ ଋଷଭଙ୍କ ଚିକିତ୍ସା ହୋଇଥିଲା। ଡିସଚାର୍ଜ ହେବା ପରଠାରୁ ସେ ଭିଡିଓ ଓ ଫଟୋ ସେୟାର କରି ନିଜ ପ୍ରଶଂସକଙ୍କୁ ସବୁ ଅପଡେଟ ଦେଉଥିବା ଦେଖାଯାଇଛି। କିଛି ଦିନ ତଳେ ସେ ଆଶାବାଡ଼ି ସାହାରାରେ ସୁଇମିଂ ପୁଲ୍ ଭିତରେ ଚାଲୁଥିବା ଦେଖାଯାଇଥିଲା। ଏହାର ଭିଡିଓ ସେୟାର କରି ଋଷଭ ପନ୍ତ ଲେଖିଥିଲେ ଛୋଟ ଜିନିଷ, ବଡ଼ ଜିନିଷ ଏବଂ ମଝିରେ ଥିବା ସବୁକିଛି ପାଇଁ କୃତଜ୍ଞ।
View this post on Instagram
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/ସ-145.jpg)