ଗୁରୁଗ୍ରାମ୍‌ରେ ନିର୍ମାଣାଧୀନ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬ ହେଲା

ନୂଆଦିଲ୍ଲୀ : ଗୁରୁଗ୍ରାମ୍‌ର ଅଲ୍ଲାବାସରେ ଥିବା ଏକ ନିର୍ମାଣାଧୀନ କୋଠା ହଠାତ୍‌ ଭୁଶୁଡ଼ି ପଡ଼ିବାରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ହଠାତ୍‌ ଏଭଳି ଘଟଣା ଘଟିଥିବାରୁ ଅନେକ ଲୋକ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣା ଘଟିବାର ତୁରନ୍ତ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଲୋକମାନଙ୍କୁ ବାହାରକୁ ଆଣିବାର ପ୍ରୟାସ ଜାରି ରହିଛି । ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି କ୍ରେନ୍‌ ସାହାଯ୍ୟରେ ଭୁଶୁଡ଼ି ପଡ଼ିଥିବା କାନ୍ଥକୁ ଉଠାଇବା ଆରମ୍ଭ କରିଛି ।

Rediffmail

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହଠାତ୍‌ ଏଭଳି ଘଟଣା ଘଟିଥିଲା । କେହି କିଛି ଭାବିବା ପୂର୍ବରୁ କୋଠାଟି ଭୁଶୁଡ଼ି ପଡ଼ିବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଆସିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସାରିଥିଲେ । ଏବେ ପର୍ଯ୍ୟନ୍ତ ଦୁର୍ଘଟଣା ପଛର ପ୍ରକୃତ କାରଣ ସାମ୍ନାକୁ ଆସି ପାରି ନାହିଁ ।

ସମ୍ବନ୍ଧିତ ଖବର