ଗୁରୁଗ୍ରାମ: ଗୁରୁଗ୍ରାମର ବାସଇ ଏନକ୍ଲେଭରେ ଦେଖିବାକୁ ମିଳିଛି ଏକ ନାଟକୀୟ ଘଟଣା। ଜଣେ ମହିଳାଙ୍କୁ ତାଙ୍କ ପ୍ରେମିକ ସହ ଧରିବା ପରେ ସ୍ବୀମୀ ମହିଳାଙ୍କ ପ୍ରେମିକଙ୍କ ଶରୀରରେ ପିସ୍ତଲ ମାରି ଆକ୍ରମଣ କରିଥିବା ପୁଲିସ୍ ମଙ୍ଗଳବାର ଦିନ କହିଛି।
ପ୍ରେମିକ ଜଣକ ରାଗିଯାଇ ମହିଳାଙ୍କ ସ୍ବାମୀଙ୍କର ଅବସ୍ଥା ମିରଟର ଭୟଙ୍କର ହତ୍ୟା ଘଟଣା ପରି ଘଟଣାଇବାକୁ ଧମକାଇଥିବା ଜାଣିବାକୁ ମିଳିଛି।
ଅଭିଯୁକ୍ତ ସ୍ୱାମୀଙ୍କୁ ମିରଟ ଭୟଙ୍କର ଘଟଣା ପୁନରାବୃତ୍ତି କରିବାକୁ ଧମକ ଦେଇଥିବା ଦେଖଣାହାରୀମାନେ ମଧ୍ୟ ପ୍ରକାଶ କରିଛନ୍ତି।ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତ ଦୁହେଁ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ବୋଲି ପୁଲିସ କହିଛି।
ହରିଆଣାର ଝାଜ୍ଜରର ଖାରମଣ ଗ୍ରାମର ଜଣେ କ୍ୟାବ୍ ଡ୍ରାଇଭର ମୌସମଙ୍କ ଅଭିଯୋଗ ଅନୁଯାୟୀ, ସେ ଦୁଇ ବର୍ଷ ପୂର୍ବେ ପଞ୍ଜାବର ମୋଗାର ମହିଳାଙ୍କୁ ବିବାହ କରିଥିଲେ; ଯାହାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା।
ତାଙ୍କ ପରିବାର ଲୋକ ବିବାହରେ ରାଜି ନ ଥିବାରୁ ଦମ୍ପତି ଗୁରୁଗ୍ରାମର ବାସଇ ଏନକ୍ଲେଭରେ ରହୁଥିଲେ। ହେଲେ ନିକଟରେ ସେ ତାଙ୍କ ପତ୍ନୀଙ୍କର ଅନ୍ୟ ଜଣେ ପୁରୁଷ ସହ ସଂପର୍କ ଥିବା ଜାଣିପାରିଛନ୍ତି। ପତ୍ନୀଙ୍କୁ ପ୍ରେମିକଙ୍କ ସହ ଧରିବା ପରେ ସେ ନିଜେ ଓଲଟା ପ୍ରେମିକଙ୍କଠାରୁ ଧମକ ପାଇଛନ୍ତି।