ନୂଆଦିଲ୍ଲୀ: ଆମ୍ବୁଲାନ୍‌ସ ଓ ଅଗ୍ନିଶମ ଗାଡ଼ିକୁ ଯିବାକୁ ଅନୁମତି ନ ଦେଇ ବାଟ ନଛାଡ଼ିଲେ ଚଳିତ ସପ୍ତାହରୁ ଟ୍ରାଫିକ ପୁଲିସ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରିବ ବୋଲି ନୂଆଦିଲ୍ଲୀର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଡିସିପି (ଟ୍ରାଫିକ) ବୀରେନ୍ଦ୍ର ଭିଜ୍‌ କହିଛନ୍ତି ଯେ ଗୁରୁଗ୍ରାମ ଟ୍ରାଫିକ୍‌ ପୁଲିସର ଜୋନାଲ ଅଫିସର ମଧ୍ୟ ଘଟଣାର ଭିଡିଓ ରେକର୍ଡିଂ କରିବେ।

Advertisment

ଆମ୍ବୁଲାନ୍‌ସ ଓ ଅଗ୍ନିଶମ ବାହିନୀ ଭଳି ଜରୁରୀକାଳୀନ ସେବାର ଗାଡିକୁ ଯିବାପାଇଁ ରାସ୍ତା ନଦେଲେ ଅନଲାଇନ ଚାଲାଣ କରାଯିବ ବୋଲି ଡିସିପି କହିଛନ୍ତି। ଏହି ଘଟଣାର ଭିଡିଓ ରେକର୍ଡିଂ ସହ ଚାଲାଣ କାଟି ଦିଆଯିବ ବୋଲି ସେ କହିଛନ୍ତି।

ମୋଟର ଯାନ ଆଇନର ଧାରା ୧୯୪ଇ ଅନୁଯାୟୀ ଏହି ଅପରାଧ ପାଇଁ ଚାଲାଣ ରାଶି ୧୦,୦୦୦ ଟଙ୍କା ରହିଛି। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍‌ସରେ ବିଭିନ୍ନ ଡାକ୍ତରଖାନାକୁ ଯାଉଥିବା ଲୋକଙ୍କୁ ବଞ୍ଚାଇବାରେ ଏହା ସହାୟକ ହେବ ବୋଲି ଡିସିପି ଭିଜ୍‌ କହିଛନ୍ତି।

ଗୁରୁଗ୍ରାମ ଟ୍ରାଫିକ୍‌ ପୁଲିସ ବିଭିନ୍ନ ଡାକ୍ତରଖାନାକୁ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ଉଦ୍ଦିଷ୍ଟ ଅଙ୍ଗ ବହନ କରୁଥିବା ଆମ୍ବୁଲାନ୍‌ସ ପାଇଁ ସବୁଜ କରିଡର ଯୋଗାଇ ଦେଉଛି ଏବଂ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି।