ଗୁରୁଗ୍ରାମ: ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଜଣେ ୩୨ବର୍ଷ ବୟସ୍କା ମହିଳାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ନେଇ ଖବର ମିଳିଛି। ଗଣଦୁଷ୍କର୍ମ  କରିଥିବା ଚାରିଜଣ ଯୁବକ ଖାଦ୍ୟ ଡେଲିଭରି ବଏ ଭାବରେ କାମ କରୁଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ପରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ବେ‌ଳେ ସେମାନଙ୍କ ନାମ ପଙ୍କଜ, ପବନ, ରଞ୍ଜନ ଏବଂ ଗୋବିନ୍ଦ ବୋଲି ଚିହ୍ନଟ କରାଯାଇଛି।

Advertisment

ଅଭିଯୁକ୍ତମାନେ ଗଣଦୁଷ୍କର୍ମ ସହ ମହିଳାଙ୍କୁ ମାଡ଼ ମାରିଥିବା କଥା ସାମ୍ନାକୁ ଆସିଛି। ଏହି ଘଟଣା ପରେ ପୀଡ଼ିତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପୀଡିତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ସ୍ଥାନୀୟ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମହିଳାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାକୁ ପଠାଯାଇଛି। ଗୁରୁଗ୍ରାମ ପୁଲିସର ସୂଚନାନୁସାରେ, ଏହି ଘଟଣା ସହରର ଡିଏଲ୍ଏଫ୍ ଫେଜ୍-୨ରେ ଘଟିଛି।

Gurugram: Woman threatens rape case if garage owner does not pay Rs 40 lakh, arrested | Gurgaon News - Times of India Times of India

ପୁଲିସ କହିଛି ଯେ, ଘଟଣା ସମ୍ପର୍କରେ ବିସ୍ତୃତ ସୂଚନା ନେବା ପାଇଁ ୪ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ଅଭିଯୁକ୍ତ ପୀଡିତାଙ୍କୁ ପୂର୍ବରୁ ଜାଣିଥିଲେ କି ନାହିଁ, ସେ ବିଷୟରେ ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି। ଏଥିସହିତ ଗୁରୁଗ୍ରାମ ପୁଲିସ ମହିଳାଙ୍କ ସୁସ୍ଥ ହେବା ପାଇଁ ଅପେକ୍ଷା କରିଛି ଯାହା ଦ୍ବାରା ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇପାରିବ।