ଗୌହାଟି: ଡିସେମ୍ବର ମଧ୍ୟ ଭାଗରେ ହେବାକୁ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶିଖର ବୈଠକ ଗୌହାଟି ଆୟୋଜନ କରିବ।

Advertisment

ଏଥିପାଇଁ ପ୍ରସ୍ତୁତ ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଊନବିଂଶ ଶତାବ୍ଦୀରେ ନିର୍ମିତ ଗୋଟାଏ ନଈକୂଳିଆ ଉପନିବେଶୀୟ ବଙ୍ଗଳା ଏବଂ ବ୍ରହ୍ମପୁତ୍ର ନଦୀରେ ନୌବିହାର।

ଦୁଇ ପକ୍ଷର ସରକାରୀ କର୍ତ୍ତୃପକ୍ଷମାନେ ଶିଖର ବୈଠକ ଲାଗି ଗୌହାଟିକୁ ନିରୂପଣ କରିଛନ୍ତି।

publive-image Image Source: Hindustan Times

ତାରିଖ ଚୂଡ଼ାନ୍ତ ହୋଇ ନ ଥିବା ଏହି ଦୁଇଦିନିଆ ଶିଖର ବୈଠକରେ ମୋଦୀ ଓ ଆବେ ମଣିପୁର ରାଜଧାନୀ ଇମ୍ଫାଲର ନୂତନ ଶାନ୍ତି ଯାଦୁଘର ଦର୍ଶନରେ ଯିବେ। ଏହା ହଜାର ହଜାର ଜାପାନୀ ସୈନିକ ନିହତ ହୋଇଥିବା ୧୯୪୪ରେ ସଂଗଠିତ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ମାରକୀ ବହନ କରୁଛି।
ବୈଦେଶିକ ସଚିବ ବିଜୟ ଗୋଖଲେଙ୍କ ସହ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏବଂ ଗୁଇନ୍ଦା ଏଜେନ୍‌ସି ଅଧିକାରୀମାନଙ୍କ ସହ ନଭେମ୍ବର ୨୧ ଓ ୨୨ ତାରିଖରେ ଗୌହାଟି ଓ ଇମ୍ଫାଲ୍‌ ଯାଇ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରସ୍ତୁତି ବିଷୟରେ ବୁଝାବୁଝି କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ଲାଗି ପୁରୁଣା ଡେପୁଟି କମିସନର୍‌ଙ୍କ ବଙ୍ଗଳା ଚୟନ କରାଯାଇପାରେ। ନେତା ଓ ସେମାନଙ୍କ ପ୍ରତିନିଧି ଦଳଙ୍କ ରହଣି ସକାଶେ ଗୌହାଟିରେ ବିବନ୍ତ ଏବଂ ରେଡିସନ୍‌ ବ୍ଲୁ ନାମକ ଦୁଇଟି ହୋଟେଲ ବଛାଯାଇଛି। ଗୋଟିକରେ ବାଣିଜ୍ୟିକ ଶିଖର ବୈଠକ ହେବ।
ଶୁକ୍ରେଶ୍ୱର ପାହାଡ଼ ଉପରେ ଥିବା ପୁରୁଣା କମିସନରଙ୍କ ବଙ୍ଗଳାଟି ହେଉଛି ଊନବିଂଶ ଶତାବ୍ଦୀର ଉପନିବେଶୀୟ ଶୈଳୀରେ ନିର୍ମିତ ଏବଂ ଏଠାରୁ ବ୍ରହ୍ମପୁତ୍ର ନଦୀ ଦିଶେ।