ନୂଆଦିଲ୍ଲୀ : ଯେତେବେଳେ କୌଣସି ବଡ଼ ବଡ଼ ସେଲିବ୍ରିଟିଙ୍କ ମୂର୍ତ୍ତି ତିଆରି କରିବାର କଥା ଆସେ ତାହାକୁ ତିଆରି କରିବା କେତେ କଷ୍ଟ ଆପଣମାନେ ଜାଣିଥିବେ । ପୁଣି ମହମରେ ଜଣଙ୍କର ଅବିକଳ ମୂର୍ତ୍ତି ତିଆରି କରିବା ଆହୁରି କଷ୍ଟ । ଟିକେ ଏପଟ ସେପଟ ହେଲେ ପୂରା ମୂର୍ତ୍ତିଟି ବେକାର ହୋଇ ଯାଇଥାଏ । ପୂର୍ବରୁ ଅନେକ ସେଭଳି ଘଟଣା ଦେଖିବାକୁ ମିଳିଛି । ପ୍ରସିଦ୍ଧ ଫୁଟ୍ବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡ଼ୋ ଏବଂ ରଣବୀର ସିଂଙ୍କ ମହମ ମୂର୍ତ୍ତିକୁ ନେଇ ଆଗରୁ ଅନେକ ଚର୍ଚ୍ଚା ହୋଇ ସାରିଛି । ସେମାନଙ୍କ ମହମ ମୂର୍ତ୍ତି ଠିକ୍ ଭାବରେ କରାଯାଇ ନ ଥିବାରୁ ସୋସିଆଲ ମିଡ଼ିଆରେ ତାକୁ ନେଇ ଅନେକ ଥର ଟ୍ରୋଲ କରାଯାଇଛି ।
ଏବେ ପୁଣି ସେଭଳି ଏକ ଖବର ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପଞ୍ଜାବର ପ୍ରଭାକର ନାମକ ଜଣେ ଯୁବକ ନିଜର ଓ୍ଵାକ୍ସ ମିଉଜିୟମ(ମହମମୂର୍ତ୍ତି ସଂଗ୍ରହାଳୟ) କରି ବିଭିନ୍ନ ପ୍ରସିଦ୍ଧ ଲୋକମାନଙ୍କର ମହମ ମୂର୍ତ୍ତି ତିଆରି କରିଥିବା ଜଣା ପଡ଼ିଛି । ଗତ କାଲି ଏଏନ୍ଆଇ ନିଉଜ୍ ଏଜେନ୍ସି ଏହି ମିଉଜିୟମରେ ଥିବା କିଛି ପ୍ରସିଦ୍ଧ ଲୋକମାନଙ୍କର ଫଟୋ ନେଇ ଟ୍ଵିଟରରେ ସେୟାର କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
Punjab: More than 52 wax statues of famous personalities from different walks of life were installed at Prabhakar's Wax Museum in Ludhiana. pic.twitter.com/oE9I6GpzT0
— ANI (@ANI) April 1, 2018
ଲୁଧିଆନାର ଏହି ମିଉଜିୟମରେ ଥିବା ୫୨ଟି ପ୍ରସିଦ୍ଧ ବ୍ୟକ୍ତିଙ୍କ ମହମ ମୂର୍ତ୍ତିର ଫଟୋ ଟ୍ଵିଟରରେ ସେୟାର ହେବା ପରେ ଏହାକୁ ଦେଖି ଲୋକ ଉପହାସ କରିବା ଆରମ୍ଭ କରି ଦେଇଛନ୍ତି । କିଏ କେଉଁ ପ୍ରସିଦ୍ଧ ବ୍ୟକ୍ତି ଲୋକଙ୍କୁ ଜାଣିବା ପାଇଁ କଷ୍ଟ ହେଉଥିବା କହିବା ବେଳେ ପ୍ରସିଦ୍ଧ ଲୋକଙ୍କ ଏଭଳି ମୂର୍ତ୍ତି ତିଆରି କରି ତାଙ୍କୁ ଅସମ୍ମାନ କରାଯାଇଛି ବୋଲି କିଛି ଲୋକ ମତ ଦେଇଛନ୍ତି ।
Rajnath Singh in drag ? pic.twitter.com/h6sE5EBJ3c
— Amlan عملان अम्लान Dutta (@orphean_warbler) April 1, 2018
ଲୋକେ ମଦର ଟେରେସାଙ୍କୁ ରାଜନାଥ ସିଂ କହିଥିବା ବେଳେ ପ୍ରସିଦ୍ଧ କମେଡ଼ିଆନ କପିଲ ଶର୍ମାଙ୍କ ମୂର୍ତ୍ତି ଦେଖିବା ପରେ ଏହାକୁ ସେୟାର କରି ଲୋକମାନଙ୍କୁ ଏପ୍ରିଲ ଫୁଲ୍ କରାଯାଇଛି ବୋଲି କିଛି ଲୋକ ମତ ଦେଇଛନ୍ତି ।
? marks for effort to Shri Prabhakarji - I’m sure @KapilSharmaK9 will be flattered. pic.twitter.com/05Tz25vKhd
— Karma Bhutia (@iambhutia) April 1, 2018