ହାଇକୋର୍ଟ ବିଚାରପତିଙ୍କ ସର୍ତ୍ତ, କେରଳ ରିଲିଫ୍‌ ପାଣ୍ଠିରେ ୧,୦୦୦ଟଙ୍କା ଜମା କରାଇବା ପରେ ହେବ ମାମଲାର ଶୁଣାଣି 

ଗ୍ଵାଲିୟର : ମଧ୍ୟପ୍ରଦେଶର ଗ୍ଵାଲିୟରରେ ହାଇକୋର୍ଟ ନେଇଥିବା ନିଷ୍ପତ୍ତିି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣଙ୍କ ମାମଲାର ଶୁଣାଣି କରିବାକୁ ଯାଇ ହାଇକୋର୍ଟ ମାମଲାର ଆବେଦନକାରୀଙ୍କୁ ୧,୦୦୦ଟଙ୍କା ଦେବା ପାଇଁ କହିଛନ୍ତି । କେରଳର ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟ ପାଇଁ କେରଳର ରିଲିଫ ପାଣ୍ଠିକୁ ଏହି ଟଙ୍କା ଦେବା ପାଇଁ ହାଇକୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ଆବେଦନକାରୀ ୧,୦୦୦ଟଙ୍କା ଜମା କରାଇବା ପରେ ତାଙ୍କ ଆବେଦନ ଉପରେ ଶୁଣାଣି କରାଯାଇଥିଲା ।

PropTiger.com

ସୂଚନା ମୁତାବକ, ଶିୟୋପୁରର ନଗର ପାଳିକାରେ ଜଣେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ଜରିନ୍‌ ହାସ୍‌ମୀ ଅବସର ନେବା ପରେ ତାଙ୍କୁ ମିଳିବାକୁ ଥିବା ପେନ୍‌ସନ୍‌ରୁ କିଛି ଟଙ୍କା କଟାଯିବାରୁ ନ୍ୟାୟ ପାଇଁ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଶୁଣାଣି ଦିନ ଜରିନ୍‌ ଉପସ୍ଥିତ ନ ହୋଇ ପାରିବାରୁ ତାଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଥିଲା । ଯାହା ପରେ ଜରିନ୍‌ଙ୍କ ଓକିଲ ପୁନଃ ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ପୁନଃ ଶୁଣାଣି ପାଇଁ ହାଇକୋର୍ଟ ୧,୦୦୦ଟଙ୍କା କେରଳ ରିଲିଫ ପାଣ୍ଠିକୁ ଦେବା ପାଇଁ ସର୍ତ୍ତ ରଖିଥିଲେ । ଜରିନ୍‌ଙ୍କ ଓକିଲ ଏହି ସର୍ତ୍ତ ମାନିବା ପରେ ଜରିନ୍‌ ୧,୦୦୦ଟଙ୍କା କେରଳ ରିଲିଫ ପାଣ୍ଠିକୁ ଦେବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି । ହାଇକୋର୍ଟର ଏହି ସର୍ତ୍ତକୁ ନେଇ ନିଜର ଖୁସି ଜାହିର କରିବା ସହ ଏଭଳି କାମ କରିବାର ସୁଯୋଗ ଦେଇଥିବାରୁ ମୁଁ ବହୁତ ଖୁସୀ ବୋଲି ଜରିନ୍‌ କହିଛନ୍ତି ।

ସମ୍ବନ୍ଧିତ ଖବର