ବାରଣାସୀ : ଜ୍ଞାନବାପି ମସ୍‌ଜିଦ ମାମଲାରେ ବିବାଦ ଦିନକୁ ଦିନ ଜଟିଳ ହବାରେ ଲାଗିଛି। ଆଜି ବାରଣାସୀ କୋର୍ଟରେ ଏ ବାବଦ ଶୁଣାଣି ପରେ ସର୍ଭେ ରିପୋର୍ଟର ଭିଡିଓ ଲିକ୍‌ ହୋଇଥିବାରୁ ଏହାକୁ ନେଇ ହିନ୍ଦୁ ପକ୍ଷ ଏହାର ଦୃଢ଼ ବିରୋଧ କରିଛି।

Advertisment

ହିନ୍ଦୁ ପକ୍ଷ ଓକିଲ ହରି ଶଙ୍କର ଜୈନ କହିଛନ୍ତି ଯେ ଆମେ ସର୍ଭେ ରିପୋର୍ଟକୁ ଏ ପର୍ଯ୍ୟନ୍ତ ଖୋଲିନଥିବା ବେଳେ ଏହାର ଭିଡିଓ ଟିଭିରେ ପ୍ରସାରିତ ହେଉଛି । ଏହା ସହିତ ସେ ସିଲ୍‌ ବନ୍ଦ ଲଫାଫା ଦେଖାଇଥିଲେ। ଏହି ଭିଡିଓ କିଭଳି ଲିକ୍‌ ହେଲା ତାହାର ଯାଞ୍ଚ କରିବାକୁ ସେ ଦାବି କରିଛନ୍ତି। ଏ ବାବଦରେ ଆସନ୍ତାକାଲି କୋର୍ଟରେ ଆପତ୍ତି ଦାଖଲ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଆଜି କୋର୍ଟରେ ଜ୍ଞାନବାପି ମାମଲାର ଶୁଣାଣି ପରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୪ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି।