ବାରାଣସୀ: ହସ୍ତଲିଖିତ ଧମକ ଚିଠି ପାଇଛନ୍ତି ବୋଲି ଜ୍ଞାନବାପି ମସ୍ଜିଦ୍ ପରିସରରେ ଭିଡିଓ ସର୍ଭେ ପାଇଁ ଆଦେଶ ଦେଇଥିବା ବିଚାରପତି ରବି କୁମାର ଦିବାକର ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ ସରକାରୀ କର୍ତ୍ତୃପକ୍ଷମାନଙ୍କୁ କହିଛନ୍ତି।
ଗୃହ ବିଭାଗର ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ ଏବଂ ବାରାଣସୀ ପୋଲିସ କମିସନ୍ରେଟ୍ଙ୍କୁ ଦିବାକର କହିଛନ୍ତି, ସେ ରେଜିଷ୍ଟ୍ରି ପୋଷ୍ଟ୍ରେ ପାଇଥିବା ଚିଠିଟି ‘ଇସ୍ଲାମିକ୍ ଆଗଜ୍ ଆନ୍ଦୋଳନ’ ତରଫରୁ କାଶିଫ୍ ଅହମଦ୍ ସିଦ୍ଦିକି ଲେଖିଥିବା ପରି ମନେହେଉଛି। ବିଚାରପତି ଉକ୍ତ ଚିଠିଟି ପାଇଛନ୍ତି ବୋଲି ବାରାଣସୀ ପୁଲିସ୍ କମିସନର୍ ଏ. ସତୀଶ ଗଣେଷ କହିଛନ୍ତି।
ଡେପୁଟି ପୁଲିସ କମିସନର୍ ବରୁଣ ଘଟଣାର ତଦନ୍ତ କରୁଛନ୍ତି। ବିଚାରପତିଙ୍କ ସୁରକ୍ଷା ନିମନ୍ତେ ସମୁଦାୟ ୯ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।
Image Courtesy of Opindiaସାମାଜିକ ଗଣମାଧ୍ୟମରେ ବି ଉକ୍ତ ଚିଠି ଭାଇରାଲ୍ ହୋଇଛି। ଏଥିରେ ଉଲ୍ଲେଖ ଅଛି: ଜ୍ଞାନବାପି ମସ୍ଜିଦ୍ ପରିସରରେ କରାଯାଇଥିବା ସର୍ଭେ ସାଧାରଣ ପ୍ରକ୍ରିୟା ବୋଲି ଆପଣ ମନ୍ତବ୍ୟ ଦେଇଛନ୍ତି। ଆପଣ ଜଣେ ପ୍ରତିମା ଉପାସନାକାରୀ, ଆପଣ ମସ୍ଜିଦ୍କୁ ମନ୍ଦିର ବୋଲି ଘୋଷଣା କରିବେ। ଜଣେ ହିନ୍ଦୁ ବିଚାରପତିଙ୍କ ଠାରୁ କୌଣସି ମୁସଲମାନ ଉଚିତ ବିଚାର ପାଇବେ ନାହିଁ।
ସୂଚନାଯୋଗ୍ୟ, ଜ୍ଞାନବାପି ମସ୍ଜିଦ୍ ପରିସରରେ ଭିଡିଓଗ୍ରାଫି ସର୍ଭେ କରିବା ପାଇଁ ଏପ୍ରିଲ୍ ୨୬ ତାରିଖ ଦିନ ସିନିୟର୍ ଡିଭିଜନ୍ର ‘ସିଭିଲ୍ ଜଜ୍’ ଦିବାକର ଆଦେଶ ଦେଇଥିଲେ। ମେ ୧୯ରେ ଉକ୍ତ ସର୍ଭେର ରିପୋର୍ଟ ଅଦାଲତରେ ଦାଖଲ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/gb.jpg)