ନୂଆଦିଲ୍ଲୀ: କୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ୩୦ ବର୍ଷ ପରେ ବାରାଣାସୀର ଜ୍ଞାନବାପୀ ପୂଜା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ବିଭିନ୍ନ ଲୋକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସୁଛି। ବିଶ୍ୱ ହିନ୍ଦୁ ପରିଷଦ ଏହାକୁ ପ୍ରତ୍ୟେକ ହିନ୍ଦୁଙ୍କ ହୃଦୟ ଖୁସିରେ ପରିପୂର୍ଣ୍ଣ ବୋଲି ବର୍ଣ୍ଣନା କରୁଛି।
କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ସଭାପତି ଆଲୋକ କୁମାର କହିଛନ୍ତି ଯେ ଆମେ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ।
ସେ ଏହା ମଧ୍ୟ କହିଛନ୍ତି ଯେ ଆଜି କାଶିର ଏକ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି ଯାହା ପ୍ରତ୍ୟେକ ହିନ୍ଦୁଙ୍କ ହୃଦୟକୁ ଆନନ୍ଦରେ ଭରିଦେଇଛି।
#WATCH | Varanasi: After the District Court granting permission for conducting 'Pooja' in the 'Vyas Ka Tehkhana' in Gyanvapi mosque, Chairman of Kashi Vishwanath Trust Nagendra Pandey says, "Court has ordered the opening and subsequent worship at the 'tehkhana' which was closed… pic.twitter.com/KhN0cMTjPC
— ANI (@ANI) February 1, 2024
ଏହି ନିଷ୍ପତ୍ତି ପାଇଁ ସେ ହିନ୍ଦୁ ସମ୍ପ୍ରଦାୟକୁ ଅଭିନନ୍ଦନ ଜଣାଇ କହିଛନ୍ତି, 'ଆମେ ଆଶା କରୁଛୁ ଏହା ପରେ ଜ୍ଞାନବାପୀ ମାମଲା ଉପରେ କୋର୍ଟଙ୍କ ନିଷ୍ପତ୍ତି ମଧ୍ୟ ଶୀଘ୍ର ଆସିବ। ଆମେ ନିଶ୍ଚିତ ଯେ ପ୍ରମାଣ ଏବଂ ତଥ୍ୟ ଆଧାରରେ ଏହି ନିଷ୍ପତ୍ତି ହିନ୍ଦୁମାନଙ୍କ ସପକ୍ଷରେ ରହିବ।’’
#WATCH | Gyanvapi case | After the court grants permission for puja in the 'Vyas Ka Tekhana', advocate Sohan Lal Arya says, "We are feeling very proud today. The court's decision yesterday was unprecedented...The arrangements have been made but it (Vyas Ka Tekhana) has not been… pic.twitter.com/21R8jzcxQe
— ANI (@ANI) February 1, 2024
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କୋର୍ଟଙ୍କ ଏହି ଆଦେଶକୁ ସ୍ୱାଗତ କରିବା ସହ 'ଏକ୍ସ'ରେ କହିଛନ୍ତି, ଶିବ ଭକ୍ତମାନେ ନ୍ୟାୟ ପାଇଛନ୍ତି। ବାବା ବିଶ୍ୱନାଥ ମନ୍ଦିର ପରିସରୋ ବ୍ୟାସଜୀଙ୍କ ତଳ ମହଲାରେ ପୂଜା କରିବାର ଅଧିକାର ପ୍ରଦାନ ସଂପର୍କରେ ମାନ୍ୟବର କୋର୍ଟଙ୍କ ଐତିହାସିକ ନିଷ୍ପତ୍ତିକୁ ମୁଁ ହୃଦୟରୁ ସ୍ୱାଗତ କରୁଛି। ୧୯୯୩ ମସିହାରୁ ଭକ୍ତମାନେ ଅପେକ୍ଷା କରିଥିଲେ।
"Arrangements have been made but...": Advocate Sohan Lal Arya over Varanasi Court's order on Gyanvapi Mosque
Read @ANI Story |https://t.co/uTQ5eTNesb#GyanvapiMosque #VaranasiCourt #GyanvapiMosque pic.twitter.com/uVIFbRSRNO
— ANI Digital (@ani_digital) February 1, 2024