ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନର ‘ବାୟ ଆମେରିକାନ, ହାୟର ଆମେରିକାନ‘ ନୀତି ଯୋଗୁଁ ଖୁବ ଶୀଘ୍ର ଆମେରିକାରେ କାର୍ଯ୍ୟ କରୁଥିବା ପ୍ରାୟ ୭୫ ହଜାର ଭାରତୀୟଙ୍କୁ ଦେଶାନ୍ତର ହେବାକୁ ପଡ଼ିବ। ଏଚ-୧ ବି ଭିସା ନେଇ ଟ୍ରମ୍ପ ସରକାରର ନିଷ୍ପତ୍ତି ପରିପ୍ରେକ୍ଷୀରେ ଆମେରିକାର ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା ପ୍ରଫେସନାଲମାନଙ୍କ ଜୀବିକା ଉପରେ ପ୍ରଭାବ ପକାଇବାକୁ ଯାଉଛି। ଏହି ପ୍ରଫେସନାଲମାନଙ୍କ ଏଚ-୧ ବି ଭିସାର ସମୟ ଅବଧି ବୃଦ୍ଧି କରାଯାଉ ନ ଥିବା ବେଳେ ଆମେରିକାରେ ସ୍ଥାୟୀ ଭାବେ ରହିବା ପାଇଁ ସେମାନ୍‌ଙ୍କ ଗ୍ରିନ କାର୍ଡ ଆବେଦନ ଏବେ ବି ଗ୍ରହଣ କରାଯାଇ ନାହିଁ। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେଏଚ-୧ ବି ଭିସାଧାରୀ ୫୦ହଜାରରୁ ୭୫ ହଜାର ଭାରତୀୟ ପୁଣି ଦେଶକୁ( ଭାରତକୁ) ଫେରିବାକୁ ବାଧ୍ୟ ହେବେ।

Advertisment

ଏ ସମ୍ପର୍କରେ ସଫ୍ଟଓୟାର କମ୍ପାନି ‘ନାସକମ୍‌’ ଟ୍ରମ୍ପ ପ୍ରଶାସନ , ସିନେଟର ଓ କଂଗ୍ରେସ ସଦସ୍ୟଙ୍କ ସହିତ ଆଲୋଚନା ଚଳାଇଛିି। ଏପରିକି ପ୍ରସ୍ତାବିତ ଏହି ନିୟମ ନେଇ କେତେ ସପ୍ତାହ ମଧ୍ୟରେ ଟ୍ରମ୍ପ ପ୍ରଶାସନ ସହିତ କଥାବାର୍ତ୍ତା କରିବାକୁ କମ୍ପାନି ପକ୍ଷରୁ ଉଦ୍ୟମ ଚାଲିଛି। ଅମେରିକାରେ ଚାକିରି ସୁରକ୍ଷା ଓ ବିକାଶ ବିଲ୍‌ ପରିପ୍ରେକ୍ଷୀରେ ଏଚ୍‌୧ ବି ଭିସାର ଅପବ୍ୟବହାର ନେଇ ଏହି ବିଲ୍‌ରେ ନୂତନ ଭାବେ କେତେକ କଟକଣା ଲଗାଯିବା ପାଇଁ ପ୍ରସ୍ତାବ ରହିଛି। ବିଲ ଅନୁଯାୟୀ, କମ୍ପାନି ବା ନିଯୁକ୍ତିଦାତାମାନେ ଏହା ନିଶ୍ଚିତ କରିବେ ଯେ ଭିସା ପାଇ ଆମେରିକାରେ ଆସି ଜଣେ ଚାକିରି କରିବା ଦ୍ୱାରା ସେହି ସ୍ଥାନରେ ଥିବା କର୍ମଚାରୀ ଅନ୍ତତଃ ୫/୬ ବର୍ଷ ପର୍ଯ୍ୟନ୍ତ ଚାକିରି ହରାଇବେ ନାର୍ହିଁ।

ସୂଚନାଯୋଗ୍ୟ ଯେ ଆମେରିକା ପ୍ରତିବର୍ଷ ୮୬ ହଜାର ଏଚ-୧ ବି ଭିସା ପ୍ରଦାନ କରିଥାଏ ସେଥିମଧ୍ୟରୁ ୬୫ ହଜାର କେବଳ ଚାକିରି ପାଇଁ ଭିସା ନେଇଥାନ୍ତି। ଆମେରିକା ଦେଉଥିବା ଭିସାର ପ୍ରାୟ ୭୦ ପ୍ରତିଶତ ଭାରତୀୟମାନେ ଆମେରିକାର ଆଇଟି ସେକ୍ଟରରେ କାର୍ଯ୍ୟ କରିବା ପାଇଁ ନେଇଥାନ୍ତି ବୋଲି ଏକ ରିପୋର୍ଟରେ କୁହାଯାଇଛି।