ଏଚ୍‌-୧ ବି ଭିସାଧାରୀଙ୍କ ଜୀବନସାଥୀଙ୍କୁ ମିଳିିବନି ସୁବିଧା

ଟ୍ରମ୍ପଙ୍କ ‘ବାୟ ଆମେରିକାନ୍‌ ହାୟର ଆମେରିକାନ୍‌’ ପଲିସି

ଓ୍ଵାସିଂଟନ: ଆମେରିକାରେ ଏଚ୍‌-୧ ବି ଭିସାଧାରୀଙ୍କ ପାଇଁ ନୂଆ ଅଡ଼ୁଆ ସୃଷ୍ଟି ହୋଇଛି। ଓବାମା ସରକାରଙ୍କ ସମୟରେ ସଂପୃକ୍ତ ଭିସାଧାରୀଙ୍କ ସହିତ ଯେପରି ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀ ଆମେରିକାରେ ରହି ପାରୁଥିଲେ, ଏବେ ଆଉ ସେହି ଭିସା ମାଧ୍ୟମରେ ସେମାନେ ଏହି ସୁଯୋଗ ପାଇପାରିବେ ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ବାୟ ଆମେରିକାନ୍‌, ହାୟର ଆମେରିକାନ୍‌’ ପଲିସି ମାଧ୍ୟମରେ ଏହି ନିୟମ ଅତି ଶୀଘ୍ର ଲାଗୁ କରାଯିବ ବୋଲି ଆମେରିକା ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଟ୍ରମ୍ପଙ୍କ ଏହି ନୂଆ ନିୟମ ଦ୍ୱାର ହଜାର ହଜାର ଭାରତୀୟ ଓ ତାଙ୍କ ପରିବାରବର୍ଗ ସବୁଠୁ ଅଧିକ ପ୍ରଭାବିତ ହେବେ ବୋଲି ଜଣାଯାଇଛି। କାରଣ ଆମେରିକାରେ ଏହି ଭିସା ମାଧ୍ୟମରେ ରହୁଥିବା ମୋଟ ନାଗରିକଙ୍କ ମଧ୍ୟରେ ୭୦ ପ୍ରତିଶତ ହେଉଛନ୍ତି କେବଳ ଭାରତୀୟ। ଉଲ୍ଲେଖଯୋଗ୍ୟ, ୨୦୧୫ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ଉଚ୍ଚ ଶିକ୍ଷିତଙ୍କୁ ଏଚ୍‌୧ ବି ଭିସା ଦେବା ସହ ତାଙ୍କ ପରିବାର ବର୍ଗଙ୍କୁ ଆମେରିକାରେ କାମ କରିବା ପାଇଁ ଏଚ୍‌ ୪ ଭିସା ପ୍ରଣୟନ ବ୍ୟବସ୍ଥା କରିଥିଲେ। କିନ୍ତୁ ଓବାମାଙ୍କ ଏହି ନିୟମ ଆମେରିକାବାସୀଙ୍କ ପାଇଁ କ୍ଷତିକାରକ ଦର୍ଶାଇ ଟ୍ରମ୍ପ ପ୍ରଶାସନ ଏହି ନିୟମରେ ପରିବର୍ତ୍ତନ ପାଇଁ କେର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସମ୍ବନ୍ଧିତ ଖବର