ନ୍ୟୁୟର୍କ : ବାଣିଜ୍ୟ ଯୁଦ୍ଧକୁ ନେଇ ଆମେରିକା ଓ ଭାରତ ମଧ୍ୟରେ ସଂପର୍କରେ ଅବନତି ହୋଇଚାଲିଥିବାବେଳେ ଆମେରିକାରେ ଭାରତ ବିରୋଧୀ ଭାବନା ବଢିବାରେ ଲାଗିଛି । ଆମେରିକାରେ ଦକ୍ଷିଣପନ୍ଥୀ ସଂଗଠନ ବିଶେଷକରି ଟ୍ରମ୍ପଙ୍କ ସମର୍ଥକମାନେ ଏବେ ଏଚ୧-ବି ଭିସା ବ୍ୟବସ୍ଥାକୁ ବିରୋଧ କରିବା ଆରମ୍ଭ କରିଛନ୍ତି ।

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଆସିବା ପରେ ଆମେରିକାର ଟେକନଲୋଜୀ ଉଦ୍ୟୋଗରେ ବ୍ୟାପକ ଛଟେଇ ଦେଖିବାକୁ ମିଳିଛି । କିନ୍ତୁ ଏସବୁ ଛଟେଇ ଲାଗି ଭାରତୀୟମାନେ ଦାୟୀ ବୋଲି ଟ୍ରମ୍ପଙ୍କ ସମର୍ଥକମାନେ ବିଶେଷକରି ମାଗା (ମେକ ଆମେରିକା ଗ୍ରେଟ ଏଗେନ) ସମର୍ଥକମାନେ ପ୍ରଚାର କରୁଛନ୍ତି । ଏଚ-୧ ବି ଭିସା ଯୋଗୁଁ ପ୍ରତିବର୍ଷ ହଜାର ବଜାର ଭାରତୀୟ ଆଇଟି ପେସାଦାର ଆମେରିକାରେ କାମ କରିବାକୁ ଯାଆନ୍ତି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଆସିବା ପରେ ଆମେରିକାର ଟେକନଲୋଜୀ ଉଦ୍ୟୋଗରେ ବ୍ୟାପକ ଛଟେଇ ଦେଖିବାକୁ ମିଳିଛି । କିନ୍ତୁ ଏସବୁ ଛଟେଇ ଲାଗି ଭାରତୀୟମାନେ ଦାୟୀ ବୋଲି ଟ୍ରମ୍ପଙ୍କ ସମର୍ଥକମାନେ ବିଶେଷକରି ମାଗା (ମେକ ଆମେରିକା ଗ୍ରେଟ ଏଗେନ) ସମର୍ଥକମାନେ ପ୍ରଚାର କରୁଛନ୍ତି ।

ଏବେ ସେମାନଙ୍କୁ ହିଁ ଛଟେଇ ପାଇଁ ଦାୟୀ କରାଯାଉଛି । ଆମେରିକାରେ ଛଟେଇ ହେଉଥିବା ବେଳେ ଭାରତୀୟଙ୍କୁ କାହିଁକି ଭିସା ଦେଇ ଆମେରିକାକୁ ଅଣାଯିବ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି ? ଟ୍ରମ୍ପଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ପରେ ଗତ କିଛି ସପ୍ତାହ ହେଲା ଆମେରିକାରେ ଏଚ-୧ ବି ଭିସା ବାତିଲ କରିବାକୁ ପ୍ରବଳ ଚାପ ପଡ଼ୁଛି । ସମର୍ଥକମାନଙ୍କ ଏପରି ଚାପ ଫଳରେ ଆମେରିକାର ଏଚ-୧ ବି ଭିସା କାର୍ଯ୍ୟକ୍ରମର ସ୍ଥାୟୀତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆମେରିକାର ଜଣେ ରାଜନୀତିଜ୍ଞ ତଥା ସାଂସଦ ମାର୍ଜୋରି ଟେଲର ଗ୍ରିନି ମଧ୍ୟ ଏହି ଅଭିଯାନକୁ ସମର୍ଥନ କରିଛନ୍ତି । ଏକ୍ସରେ ସେ ଲେଖିଛନ୍ତି ଯେ ଏଚ-୧ ବି ଭିସା ଫଳରେ ଆମେରିକୀୟ ଡଲାର ଭାରତକୁ ଯାଉଛି ଓ ସେହି ଡଲାର ବ୍ୟୟ କରି ଭାରତ ରୁଷରୁ ତେଲ କିଣୁଛି ଓ ପରୋକ୍ଷରେ ୟୁକ୍ରେନ ଗଣସଂହାରକୁ ସହାୟତା କରୁଛି  ।