ଭାରତର ହେଲଥ୍‌ କେୟାର େଓ୍ଵବ୍‌ସାଇଟରୁ ଚୀନା ହ୍ୟାକର ଚୋରି କରିନେଲେ ୬୮ ଲକ୍ଷ ରେକର୍ଡ; ରୋଗୀ ଓ ଡାକ୍ତରଙ୍କର ରହିଛି ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ସାଇବର ହାକରମାନେ ଭାରତର ସ୍ୱାସ୍ଥ୍ୟସେବା (ହେଲଥ୍‌ କେୟାର) େଓ୍ଵବ୍‌ସାଇଟ ଗୁଡ଼ିକୁ ହ୍ୟାକ୍‌ କରି ପ୍ରାୟ ୬୮ ଲକ୍ଷରୁ ଅଧିକ ରେକର୍ଡ ଚୋରାଇ ନେଇଛନ୍ତି ବୋଲି ଆମେରିକୀୟ ସାଇବର ସିକ୍ୟୁରିଟି ସଂସ୍ଥା ଫାୟାରଆଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛି। ହ୍ୟାକରମାନେ ଚୋରାଇ ନେଇଥିବା ଏହି ୬୮ ଲକ୍ଷ ରେକର୍ଡରେ ରୋଗୀ ଓ ଡାକ୍ତରମାନଙ୍କ ସଂପର୍କରେ ସମସ୍ତ ପ୍ରକାରର ତଥ୍ୟ ରହିଛି।

ଭାରତର କେଉଁ ସମସ୍ତ ସ୍ୱାସ୍ଥ୍ୟସେବା (ହେଲଥ୍‌ କେୟାର) େଓ୍ଵବ୍‌ସାଇଟ ଗୁଡ଼ିକର ରେକର୍ଡ ହ୍ୟାକରମାନେ ଚୋରି କରିଛନ୍ତି ସେମାନଙ୍କର ନାମ ଘୋଷଣା କରି ନଥିଲେ ମଧ୍ୟ ଚୀନା ସାଇବର ହ୍ୟାକରମାନେ ଏହି ଚୋରି କରିଥିବା କହିଛି ଆମେରିକୀୟ ସାଇବର ସିକ୍ୟୁରିଟି ସଂସ୍ଥା ଫାୟାରଆଇ। ଏଥିସହ ଚୋରି କରିଥିବା ଏହି ରେକର୍ଡ ସବୁକୁ ବିପୁଳ ଅର୍ଥ ବିନିମୟରେ ଚୀନା ହ୍ୟାକରମାନେ ବିଶ୍ୱ ଅଣ୍ଡରଗ୍ରାଉଣ୍ଡ ବଜାରରେ ବିକ୍ରୟ କରିଥିବା ମଧ୍ୟ କହିଛି ଫାୟାରଆଇ।

ଫେବ୍ରୁଆରି ମାସରେ ଭାରତର ସ୍ୱାସ୍ଥ୍ୟସେବା (ହେଲଥ୍‌ କେୟାର) େଓ୍ଵବ୍‌ସାଇଟ ଗୁଡ଼ିକରୁ ୬୮ ଲକ୍ଷ ରେକର୍ଡ ହ୍ୟାକରମାନେ ଚୋରି କରି ନେଇଥିବା କହିଛି ଫାୟାରଆଇ।

ସମ୍ବନ୍ଧିତ ଖବର