ନୂଆଦିଲ୍ଲୀ: ବିପଦରେ ଭାରତୀୟ ସାଇବର ସ୍ପେସ୍ । ଭାରତର ସାଇବର ସୁରକ୍ଷା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଦେଶରେ ୨୦୧୮ ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ୧୧୦ଟି ୱେବସାଇଟ୍ ହ୍ୟାକ୍ କରାଯାଇଛି । କେନ୍ଦ୍ର ସମେତ ରାଜ୍ୟ ସରକାରଙ୍କର ପ୍ରାୟ ୪୮ଟି ୱେବସାଇଟ୍ ହ୍ୟାକ୍ କରାଯାଇଛି । ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ବସି ହ୍ୟାକର୍ସ ଭାରତୀୟ କମ୍ପ୍ୟୁଟର ଓ ଇଂଟରନେଟକୁ ଟାର୍ଗେଟ କରୁଛନ୍ତି । ପାକିସ୍ତାନ, ଚୀନ୍, ନେଦରଲାଣ୍ଡ, ଫ୍ରାନ୍ସ, ତାଇୱାନ୍, ଋଷ୍, ଟ୍ୟୁନିସିଆ, ଆଲଜେରିଆ ଓ ସର୍ବିଆ ପରି ଦେଶରୁ ଭାରତର ସାଇବର ସୁରକ୍ଷାକୁ ଚ୍ୟାଲେଞ୍ଜ କରୁଛନ୍ତି ହ୍ୟାକର ।

Advertisment

publive-image

ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏକଥା ସ୍ୱୀକାର କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ସମୟରେ ଦେଶର ସାଇବର ସୁରକ୍ଷା ଉପରେ ଅଧିକ ଜୋର ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଇଂଟରନେଟର କାରବାର ଯେତିକି ବଢ଼ୁଛି ହ୍ୟାକିଂ ପରି ସମସ୍ୟା ସେତିକି ଅଧିକ ବୃଦ୍ଧି ପାଉଛି । ଡିଜିଟାଲ ଯୁଗରେ କେନ୍ଦ୍ର ସରକାରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା, ନିଜ ୱେବସାଇଟକୁ ସୁରକ୍ଷିତ ରଖିବା ।

ବେଶ୍ କିଛି ଦିନ ପୂର୍ବରୁ ବିଜେପିର ୱେବସାଇଟ ହ୍ୟାକ୍ ହେବାସହ ବିଗ ବି ଅମିତାଭ ବଚ୍ଚନ ଓ ଅନେକ ବଡ଼ ବଡ଼ ହସ୍ତୀଙ୍କର ୱେବସାଇଟ୍ ହ୍ୟାକ୍ ହେବାର ନଜିର ରହିଛି । ଆଉ ଏଥିରୁ ସ୍ପଷ୍ଟ ହେଉଛି , କିପରି ହ୍ୟାକର୍ସ ଭାରତୀୟ ୟୁଜରଙ୍କ ଉପରେ ଜଗିବସିଛନ୍ତି । ତେଣୁ ଆଗକୁ ଏପରି ଅସୁବିଧାରୁ ବର୍ତ୍ତିବାକୁ ହେଲେ ସାଇବର ସ୍ପେସକୁ ଅଧିକ ମଜଭୁତ କରିବା ପାଇଁ ପଡ଼ିବ ।