ଜି-୭ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଜି-୭ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ଟେଲିଫୋନ ଯୋଗେ ମୋଦୀଙ୍କ ସହ କଥା ହୋଇ ଜି-୭ରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି । ସୂଚନାଯୋଗ୍ୟ, ପରବର୍ତ୍ତୀ ଜି-୭ ସମ୍ମିଳନୀ ଆମେରିକାରେ ଅନୁଷ୍ଠିତ ହେବ ।

 

ଭାରତ ଓ ଆମେରିକାରେ କରୋନା ଭାଇରସର ସ୍ଥିତି ନେଇ ଦୁଇ ନେତା ପ୍ରଧାମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପ ଆଲୋଚନା କରିଛନ୍ତି । ଏଥି ସହିତ ଟ୍ରମ୍ପ ଭାରତ-ଚୀନ ସୀମା ବିବାଦ ନେଇ ମଧ୍ୟ ଆଲୋଚନା କରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ସଂସ୍କାର ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାଯାଇଛି । ଟ୍ରମ୍ପଙ୍କ ସହ ମୋଦୀଙ୍କ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟ କରାଯାଇଛି । ଟ୍ରମ୍ପଙ୍କ ସହ ଗଠନମୂଳକ ବାର୍ତ୍ତାଳାପ ହୋଇଥିବା ଟୁଇଟ ଜରିଆରେ ମୋଦୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର