ଗିରଫ ସଚିନ ଭାଜେ ମହାରାଷ୍ଟ୍ର ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ମୁଁ ଆଗରୁ ଚେତାଇଥଲି: ସଞ୍ଜୟ ରାଉତ

ମୁମ୍ବାଇ: ଆଣ୍ଟିଲିଆ ମାମଲା ଓ ମନସୁଖ ହିରେନ ହତ୍ୟା ମାମଲାରେ ଗିରଫ ହୋଇଥିଲା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ଏନଆଇଏ ଦ୍ବାରା ଗିରଫ ହୋଇଥିବା ସଚିନ ଭାଜେ ମହାରାଷ୍ଟ୍ର ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ମୁଁ ଆଗରୁ ଚେତାଇଥଲି। କିଛି ନେତାଙ୍କୁ ମୁଁ ଏ ବିଷୟରେ ଜଣାଇଥିଲି ବୋଲି କହିଛନ୍ତି ସଞ୍ଜୟ ରାଉତ।

Each alliance partner of government needs to do introspection: Sanjay Raut  | Cities News,The Indian Express
The Indian Express

ତାଙ୍କ କହିବା ମୁତାବକ, ଏହା ପୂର୍ବରୁ ୨୦୦୪ରେ ଘାଟକୋପର ବୋମା ବିସ୍ଫୋରଣର ଅଭିଯୁକ୍ତ ଖ୍ୱାଜା ୟୁନୁସଙ୍କ ମୃତ୍ୟୁ ହେତୁ ସଚିନ ଭାଜେଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ଗତ ବର୍ଷ ତାଙ୍କୁ ପୁଲିସ ଫୋର୍ସରେ ପୁନଃ ଅବସ୍ଥାପିତ କରାଯାଇଥିଲା। ଯେତେବେଳେ ସଚିନ ଭାଜେଙ୍କୁ ମହାରାଷ୍ଟ୍ର ପୁଲିସ ଫୋର୍ସରେ ପୁନଃ ଅବସ୍ଥାପିତ କରିବାର ଯୋଜନା ହୋଇଥିଲା, ମୁଁ କିଛି ନେତାଙ୍କୁ ଜଣାଇଥିଲି ଯେ ସେ ଆମ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ତାଙ୍କର ଆଚରଣ ଏବଂ କାର୍ଯ୍ୟ କରିବାର ଶୈଳୀ ପାଇଁ ମହାରାଷ୍ଟ୍ର ସରକାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ସେତେବେଳେ ମୋ କଥାକୁ କେହି ଗୁରୁତ୍ବ ଦେଇନଥିଲେ।

ସମ୍ବନ୍ଧିତ ଖବର