ନ୍ୟୁୟର୍କ: ଭାରତ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶ୍ଦିଙ୍କ ଉପରେ ଆକ୍ରମଣ କରିଥିବା ଆକ୍ରମଣକାରୀର ପରିଚୟ ମିଳିଛି | ଲେଖକ ସଲମାନଙ୍କୁ ଆକ୍ରମଣ କରିଥିବା ଯୁବକର ନାମ ହାଦି ମାତାର ବୋଲି ଜଣାପଡିଛି। ମାତାର ଆମେରିକାର ନ୍ୟୁ ଜର୍ସି ସହରରେ ରହୁଥିବାବେଳେ ସେ କେଉଁ ଦେଶର ନାଗରିକ ସେ ନେଇ ତନାଘନା ଜାରି ରହିଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଦିନ ଆମେରିକାର ପଶ୍ଚିମ ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚୌତୌକ୍ବାସ୍ଥିତ ଚୌତୌକ୍ବା ପ୍ରତିଷ୍ଠାନର ମଞ୍ଚ ଉପରେ ୭୫ ବର୍ଷୀୟ ରୁଶଦି ଭାଷଣ ଦେବାକୁ ଯାଉଥିବା ବେଳେ ତାଙ୍କୁ ମାତାର ଛୁରାମାଡ଼ କରିଥିଲା।
ସ୍ଥାନୀୟ ସମୟ ଦିନ ୧୧ଟା (ଭାରତୀୟ ସମୟ ସନ୍ଧ୍ୟା ୮ଟା ୩୦)ରେ ଏହି ଆକ୍ରମଣ ହୋଇଥିଲା। ତାଙ୍କ ବେକରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ହେଲିକପ୍ଟରରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସଲମାନଙ୍କୁ ଆକ୍ରମଣକାରୀ ମଞ୍ଚରେ ୧୫/୨୦ ଥର ମୁଥ ମାରିବା ସହିତ ଛୁରାମାଡ଼ କରିଥିଲା। ତାହାପରେ ସେ ତଳେ ପଡ଼ିଯାଇଥିଲେ। ନ୍ୟୁୟର୍କ ଷ୍ଟେଟ୍ ପୁଲିସ୍ ମେଜର ଇଉଜିନ୍ ଷ୍ଟାନିଜେଉସ୍କି କହିଛନ୍ତି ଯେ ଆକ୍ରମଣର କିଛି ସମୟ ପରେ ମାତାରଙ୍କୁ ଗିରଫ କରାଯାଇଥିଲା।
ବର୍ତ୍ତମାନ ତାଙ୍କୁ ପଚରାଉଚରା ପ୍ରକ୍ରିୟା ଚାଲିଛି। ମାତାର କେଉଁ ଦେଶର ନାଗରିକ ପ୍ରଶ୍ନରେ ଷ୍ଟାନିଜେଉସ୍କି କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହା ଜଣାପଡିନାହିଁ। ଘଟଣାସ୍ଥଳରୁ ଏକ ବ୍ୟାଗ ଉଦ୍ଧାର କରାଯାଇଥିଲା ଯେଉଁଥିରେ ବୈଦ୍ୟୁତିକ ଉପକରଣ ମଧ୍ୟ ରହିଥିଲା। ବର୍ତ୍ତମାନ ସନ୍ଦେହ କରାଯାଉଛି ଯେ ଏହି ଘଟଣା ପଛରେ ମାତାରର ହିଁ ହାତ ରହିଛି | ଏହି ଆକ୍ରମଣର କାରଣ ଜାଣିବା ପାଇଁ ରିପୋର୍ଟ ଅନୁଯାୟୀ, ସଲମାନ ଏବେ ଭେଣ୍ଟିଲେଟରରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/salman-rushdie-attacker.jpg)