ହାଫିଜ ଓ ଲସ୍କର ଇ ତୋଇବା ଆମ ପାଇଁ ବୋଝ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଆତଙ୍କବାଦୀ ହାଫିଜ ସୟିଦ ଓ ଆତଙ୍କବାଦୀ ସଙ୍ଗଠନ ଲସ୍କର ଇ ତୋଇବା ଏକ ବୋଝ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରୀ ଖଓ୍ଵାଜା ଆସିଫ୍‌ କହିଛନ୍ତି। ନ୍ୟୁୟର୍କଠାରେ ଏସିଆ ସୋସାଇଟିର ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ଯୋଗ ଦେଇ ଆସିଫ କହିଛନ୍ତି ଯେ ହାଫିଜ ସୟିଦ ଏବେ ଗୃହବନ୍ଦୀ। ତେବେ ଆତଙ୍କବାଦୀ ସଙ୍ଗଠନ ଓ ଆତଙ୍କବାଦୀ ହାଫିଜ ସୟିଦ ନେଇ ଆମକୁ ଆହୁରି କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଆସିଫ କହିଛନ୍ତି। ଆସିଫ କହିଛନ୍ତି ହାଫିଜ ଓ ଲସ୍କର ଇ ତୋଇବା ଆମ ପାଇଁ ବୋଝ ଓଏହାକୁ ଦୂର କରିବା ପାଇର୍ ଆମକୁ କିଛି ସମୟ ଦରକାର।
ସେହିପରି ଆତଙ୍କବାଦୀ ସଙ୍ଗଠନ ନେଇ ଆସିଫ ଆମେରିକାକୁ ମଧ୍ୟ କଡ଼ା ଭାଷାରେ ଶୁଣାଇଛନ୍ତି। ରୁଷିଆକୁ ଆଫଗାନୀସ୍ଥାନରୁ ହଟାଇବା ପାଇଁ ଏହି ଆତଙ୍କବାଦୀମାନଙ୍କୁ ଆମେରିକା ପ୍ରୋତ୍ସାହନ ଦେଇଥିଲା। ଏଥିପାଇଁ ଆମକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିଛି। ଏବେ ଆମେରିକା ପାକିସ୍ତାନକୁ କେବଳ ଦୋଷ ଦେଉଛି ବୋଲିି ଆସିଫ ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର