ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜକୁ ପାକିସ୍ତାନ ଗିରଫ କରୁ: ଆମେରିକା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ୍‌ ସୟଦକୁ ଜେଲରୁ ମୁକ୍ତି ମିିଳିବା ପରେ ଆମେରିକା ଅସନ୍ତୁଷ୍ଟ ହୋଇଥିବା ଜଣାପଡ଼ିଛି। ଆମେରିକା କହିଛି, ପାକିସ୍ତାନ ହାଫିଜକୁ ଆଉ ଥରେ ଗିରଫ କରୁ। ଆମେରିକାର ଡିପାର୍ଟମେଣ୍ଟ ଅଫ୍‌ ଷ୍ଟେଟ୍‌ସର ଜଣେ ମୁଖପାତ୍ର ପାକିସ୍ତାନକୁ କହିଛନ୍ତି, ହାଫିଜକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇଛି। ଲସ୍କର ମୁଖ୍ୟ ହାଫିଜ ଶହ ଶହ ଆତଙ୍କୀ ଆକ୍ରମଣ ଘଟଣାରେ ସଂପୃକ୍ତ, ଯାହାର କି ଆମେରିକୀୟ ନାଗରିକ ମଧ୍ୟ ଶିକାର ହୋଇଛନ୍ତି। ତେଣୁ ପାକିସ୍ତାନ ତୁରନ୍ତ ହାଫିଜକୁ ଗିରଫ କରିବା ସହ ତା’ ବିରୋଧରେ ଅପରାଧ ଚାର୍ଜ ଦାଖଲ କରାଯାଉ।

୨୦୦୮ ମୁମ୍ବାଇ ଆକ୍ରମଣ ଘଟଣାରେ ଆମେରିକା କହିଛି, ଏଥିରେ ୬ଜଣ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ପାକିସ୍ତାନ ସରକାର ହାଫିଜକୁ ଗିରଫ କରି ଏହାର ଚାର୍ଜସିଟ ଦାଖଲ କରନ୍ତୁ।

ପାକିସ୍ତାନ ଜମାତ-ଉଦ-ଦାବା ମୁଖ୍ୟ ହାଫିଜ ସୟଦକୁ ମୁକ୍ତି ଦେଇଛି। ଏଥି ସହିତ ପାକିସ୍ତାନ ଗଣମାଧ୍ୟମକୁ ଖବର ନେବା ପାଇଁ ସୁଯୋଗ ଦେଇ ନଥିଲା। ଲାହୋରରେ ଶୁକ୍ରବାର ହାଫିଜଙ୍କ ସମ୍ବୋଧନକୁ ମିଡିଆରେ କଭରେଜ ନକରିବାକୁ ପାକିସ୍ତାନ କହିଛି। ଅନ୍ୟପକ୍ଷରେ ହାଫିଜଙ୍କ ମୁକ୍ତିକୁ ଭାରତ ସମେତ ଅନ୍ୟ ରାଷ୍ଟ୍ର ମଧ୍ୟ ନାପସନ୍ଦ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର