ଲାହୋର: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ନିଷିଦ୍ଧ ଘୋଷିତ ସଂଗଠନ ଜମାତ୍-ଉଦ୍- ଦାଓ୍ଵାର ମୁଖିଆ ହାଫିଜ୍ ସୟିଦ୍ର ଭିଣୋଇ ଅବଦୁଲ୍ ରହେମାନ୍ ମାକିକୁ ଆଜି (ବୁଧବାର) ପାକିସ୍ତାନ ପୁଲିସ୍ ପ୍ରଶାସନ ଗିରଫ କରିଛି। ଗରିଫ ଅବଦୁଲ ରହେମାନ ମାକି ଜମାତ୍-ଉଦ୍- ଦାଓ୍ଵାର ବୈଦେଶିକ ବିଭାଗ ମୁଖ୍ୟ ରହିଥିଲା।
ପାକିସ୍ତାନ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା ସହ ସରକାରଙ୍କ ବିରୋଧରେ ଘୃଣା ଭାଷଣ ଦେବା ଅଭିଯୋଗରେ ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପାକିସ୍ତାନ ପଞ୍ଜାବ ପ୍ରଦେଶର ପୋଲିସ୍ ତାକୁ ଗିରଫ କରିଥିବା ଜାଣିବାକୁ ମିଳିଛି। ପାକିସ୍ତାନ ସରକାରଙ୍କ ଆର୍ଥିକ ନୀତିକୁ ସମାଲୋଚନା କରିବା ସହ ପାକିସ୍ତାନକୁ ବିଶ୍ୱ ଦରବାରରେ ନିନ୍ଦିତ କରିବା ସହ ପାକିସ୍ତାନ ସରକାରଙ୍କ ବିରୋଧରେ ଷଡ୍ଯନ୍ତ୍ର ଚଳାଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି।
ପାକିସ୍ତାନ ମାଟିରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍-ଇ- ମହମ୍ମଦ, ଲସ୍କର-ଇ- ତୋଏବା ଓ ଜମାତ୍-ଉଦ୍- ଦାଓ୍ଵା ପରି ସଂଗଠନକୁ ପଶ୍ରୟ ଦେବା ସହ ଏମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବାରୁ ଆନ୍ତର୍ଜାତିକ ଆର୍ଥିକ ସଂସ୍ଥା ସବୁ ପାକିସ୍ତାନ ଉପରେ ଆର୍ଥିକ କଟକଣା ଲଗାଇବା ସହ ପାକିସ୍ତାନକୁ କୌଣସି ପ୍ରକାରର ଆର୍ଥିକ ସହାୟତା ପ୍ରଦାନ କରୁନାହାନ୍ତି। ଫଳରେ ପାକିସ୍ତାନ ଏବେ ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ବେଳେ ଅବଦୁଲ୍ ରହେମାନ୍ ମାକିର ଏପ୍ରକାର ଆଚରଣ ପାକିସ୍ତାନର ସମସ୍ୟାକୁ ଆହୁରି ବଢ଼ାଇ ଦେଇଥିବାରୁ ତାକୁ ଆଜି ଗିରଫ କରାଯାଇଛି।