ହାଫିଜ୍‌ ସୟିଦ ଅଦାଲତର ଦ୍ବାରସ୍ଥ, ମାମଲା ରଦ୍ଦ ପାଇଁ ଆବେଦନ

ଇସ୍‌ଲାମାବାଦୀ: ପାକିସ୍ତାନରେ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ଜମାତ୍‌ ଉଦ୍‌ ଦାୱାର ମୁଖିଆ ତଥା ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌ ଜେଲ୍‌ ଦଣ୍ଡରୁ ବର୍ତ୍ତିବା ପାଇଁ ଏବେ ଅଦାଲତର ଦ୍ବାରସ୍ଥ ହୋଇଛି। ଲାହୋର ହାଇକୋର୍ଟରେ ହାଫିଜ୍‌ ତା’ ବିରୋଧରେ ଥିବା ସବୁ ମାମଲା ଖାରଜ କରିବା ପାଇଁ ଆବେଦନ ଦାଖଲ କରିଛି। କୋର୍ଟ ହାଫିଜ୍‌ର ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଥିବା ଜଣାପଡ଼ିଛି । ହାଫିଜ୍‌ ତା’ ବିରୋଧରେ ଥିବା ଆତଙ୍କବାଦ ମାମଲାକୁ ଚ୍ୟାଲେଂଜ କରିଥିବା ବେଳେ ଆତଙ୍କବାଦୀଙ୍କୁ ଅର୍ଥ ଓ ଅସ୍ତ୍ରଶସ୍ତ୍ର ଯୋଗାଣରେ ତା’ର ହାତ ନଥିବା କହିଛି। ହାଫିଜ୍‌ ଏବଂ ତା’ର ୧୨ ଜଣ ସହଯୋଗୀଙ୍କ ବିରୋଧରେ ପାକିସ୍ତାନ ପୁଲିସ ଆତଙ୍କବାଦ ସଂକ୍ରାନ୍ତ ୨୩ଟି ମାମଲା ରୁଜୁ କରିଥିବା ବେଳେ ହାଫିଜ୍‌ର ଗିରଫଦାରୀ ପାଇଁ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସମୁଦାୟର ଚାପ ମଧ୍ୟ ରହିଛି।

ସମ୍ବନ୍ଧିତ ଖବର