ପ୍ଲାଟଫର୍ମରେ ମୃତ ମା’କୁ ଡାକିଡାକି ଉଠାଉଥିବା ଶିଶୁକୁ ସାହାଯ୍ୟର ହାତ ବଢ଼ାଇଲେ ଶାହାରୁଖ; କହିଲେ, ‘ମା’କୁ ହରାଇବାର ଦୁଃଖ କ’ଣ ମୁଁ ବୁଝିଛି’

ନୂଆଦିଲ୍ଲୀ: କୋଭିଡ-୧୯ ଲକ୍‌ଡାଉନ୍‌ ଯୋଗୁଁ ସମଗ୍ର ଦେଶରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ଲକ୍‌ଡାଉନ୍‌ ଯୋଗୁଁ ଲକ୍ଷାଧିକ ପ୍ରବାସୀ ଶ୍ରମିକ ଏବେ ବିଭିନ୍ନ ରାଜ୍ୟରୁ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ମାତ୍ର ଯାନବାହନ କଟକଣା ଯୋଗୁଁ ଶ୍ରମିକମାନେ ପାଦରେ ଚାଲିଚାଲି ଘରମୁହାଁ ହେଉଛନ୍ତି। ଚାଲୁଚାଲୁ କିଏ କେଉଁଠି ଟଳିପଡୁଛି, ତାହାର ହିସାବ କାହାରି ପାଖରେ ନାହିଁ। ଏଭଳି ଅସହାୟ ପ୍ରବାସୀଙ୍କ ସାହାଯ୍ୟ ପାଇଁ ସାଧାରଣଲୋକଙ୍କ ଠାରୁ ଆରମ୍ଭ କରି ନେତା-ଅଭିନେତା ଆଗେଇ ଆସିଛନ୍ତି।

ନିକଟରେ ଅଭିନେତା ସୋନୁ ସୁଦ ପ୍ରବାସୀ ଶ୍ରମିକଙ୍କୁ ସୁବିଧାରେ ଘରେ ପହଞ୍ଚାଇବା ପାଇଁ ବସର ବନ୍ଦୋବସ୍ତ କରି ଚର୍ଚ୍ଚାରେ ରହିଥିବା ବେଳେ ଏବେ ଏହି ତାଲିକାରେ କିଙ୍ଗ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ନାମ ବି ଯୋଡ଼ି ହୋଇଯାଇଛି। ପୂର୍ବରୁ ସଲମାନ୍‌ ଖାନ୍‌ ବି ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ।

छोटे बच्चे की मदद के लिए आगे आए शाहरुख खान
.oneindia.com

ନିକଟରେ ବିହାରର ମୁଜାଫରପୁର ରେଳଷ୍ଟେସନ ପ୍ଲାଟଫର୍ମରେ ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଟି ଥିଲା ଏପରି, ଜଣେ ମହିଳା ପ୍ରବାସୀ ଶ୍ରମିକ ମରି ପଡ଼ିଥିବା ବେଳେ ତାଙ୍କ ନିକଟରେ ବର୍ଷକର ପୁଅଟି ଖେଳୁଥିଲା। ମା’ ମରି ଯାଇଛି ବୋଲି ଶିଶୁଟି ଜାଣି ନ ପାରି ମା’କୁ ଉଠାଇବାକୁ ଚେଷ୍ଟା କରୁଛି। ମା’ର କାନିକୁ ଟାଣି ଶିଶୁପୁତ୍ରଟି ମା’କୁ ନିଦରୁ ଉଠାଇବାକୁ ଚେଷ୍ଟା କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହି ଭିଡିଓ ଭାଇରାଲ ହେଲା ପରେ ଶାହାରୁଖ ଖାନ୍‌ ଶିଶୁଟିର ଦୁଃଖ ସହି ନପାରି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ସ୍ବେଚ୍ଛାସେବୀ ସଂଗଠନ ମୀର ଫାଉଣ୍ଡେସନ୍‌ ଟୁଇଟ କରି ଲେଖିଛି, ‘ଯେଉଁମାନେ ଏହି ଶିଶୁ ପାଖରେ ପହଞ୍ଚାଇବା ପାଇଁ ଆମକୁ ସାହାଯ୍ୟ କରିଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଥିବା ଦୃଶ୍ୟ ବାସ୍ତବରେ ଏକ ଛାତିଥରା ଦୃଶ୍ୟ ଥିଲା। ଏବେ ଆମ ଫାଉଣ୍ଡେସନ୍‌ ଏହି ଶିଶୁକୁ ସମ୍ପୂର୍ଣ୍ଣ ଭାବେ ସାହାଯ୍ୟ ଓ ସହଯୋଗ କରିବ। ବର୍ତ୍ତମାନ ଶିଶୁଟି ନିଜ ଜେଜେବାପାଙ୍କ ପାଖରେ ରହିଛି।’

ଶାହାରୁଖ ମୀର ଫାଉଣ୍ଡେସନ୍‌ର ଏହି ଟୁଇଟକୁ ରିଟୁଇଟ କରି ଲେଖିଛନ୍ତି, ‘ଆପଣ ସମସ୍ତଙ୍କୁ ଧନ୍ୟବାଦ ଯେଉଁମାନେ ଏହି ଶିଶୁ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି। ମୁଁ ବୁଝି ପାରୁଛି କି ମାତା-ପିତାଙ୍କୁ ହରାଇବାର ଦୁଃଖ କ’ଣ ହୋଇଥାଏ। ଆମର ଭଲ ପାଇବା ଓ ସହଯୋଗ ଏହି ଶିଶୁ ସହିତ ରହିଛି।

Shah Rukh Khan Helps Migrant Toddler, after Viral Muzaffarpur ...
The Scrbblr

ମୃତ ମହିଳା ପ୍ରବାସୀ ଶ୍ରମିକ ଜଣକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ରେ ଅହମ୍ମଦାବାଦରୁ ବିହାରର କାଟିହାରକୁ ଫେରୁଥିଲେ। ମାତ୍ର ଗତ ୨୫ ତାରିଖରେ ଟ୍ରେନ୍‌ରେ ଉକ୍ତ ମହିଳା ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର