ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ ଅଭିନୀତ ଅପ୍କମିଙ୍ଗ ଫିଲ୍ମ ‘ପଠାନ୍’ ଏବଂ ଏହାର ସଂଗୀତ ‘ବେଶରମ ରଙ୍ଗ’କୁ ବିରୋଧ କରାଯାଉଛି। ଏହି ଗୀତକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ‘ବେଶରମ ରଙ୍ଗ’ ଗୀତ ରିଲିଜ ହେବା ପରେ ଲୋକେ ଦୀପିକାଙ୍କ ବିକିନି ରଙ୍ଗକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଶାହରୁଖଙ୍କ ଲୁକକୁ ନଜର ଅନ୍ଦାଜ କରି ଦେଇଛନ୍ତି। କେହି ବି ତାଙ୍କ ଲୁକ ଉପରେ ନଜର ପକାଇ ନାହନ୍ତି।
ତେବେ ବିବାଦରେ ଥିବା ‘ବେଶରମ ରଙ୍ଗ’ ଗୀତର ସୁଟିଂ ପାଇଁ ଶାହରୁଖ ପିନ୍ଧିଥିବା ସାର୍ଟ ମୂଲ୍ୟ ୮,୧୯୪.୮୩ ଠଟଙ୍କା ଥିବା ବେଳେ ଜୋତା ମୂଲ୍ୟ ୧,୧୦,୬୭୭.୬୦ଟଙ୍କା ରହିଛି। ଏଥିସହିତ ଗୀତରେ ଶାହରୁଖ ଏକ ଚଷମା ବି ପିନ୍ଧିଛନ୍ତି। ତେବେ ଏହି ଚଷମା ମୂଲ୍ୟ ପାଖାପାଖି ୪୧,୨୧୦ ଟଙ୍କା ରହିଥିବା ଜଣାପଡ଼ିଛି।
ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ଏବଂ ଗେରୁଆ ପୋଷାକ ବ୍ୟବହାରକୁ ବିରୋଧ କରି ଗତ ଗୁରୁବାର ଦିନ ଏକ ସଂଗକାର୍ଯ୍ୟକର୍ତ୍ତାମାନେ ମଧ୍ୟପ୍ରଦେଶର ଇନ୍ଦୋରରେ ଶାହରୁଖଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି।୨୦୨୩ରେ ସିନେମା ‘ପଠାନ’ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ‘ ପଠାନ’ର ଗୀତ ‘ବେଶରମ ରଙ୍ଗ’ ରିଲିଜ ହୋଇଥିଲା। ଏହାପର ଠାରୁ ଲୋକେ ଗୀତରେ ଦୀପିକା ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଉଠାଇଥିବା ବେଳେ ଶାହରୁଖଙ୍କ ଲୁହ ଅନ୍ୟପକ୍ଷରେ ଚର୍ଚ୍ଚାରେ ରହିଛି।
ଶାହରୁଖ ଖାନ୍ ଆଜି ଏହି ପ୍ରସଙ୍ଗରେ ପ୍ରଥମ ଟିପ୍ପଣୀ ରଖିଛନ୍ତି। ଶାହରୁଖ କୋଲକାତା ଇଣ୍ଟରନାସନାଲ ସିନେମା ଫେଷ୍ଟିଭାଲ ଅବସରରେ ନିଜର ପ୍ରଶଂସକଙ୍କୁ କହିଛନ୍ତି, ‘ଦୁନିଆ କିଛି ବି କରିଯାଉ, କିନ୍ତୁ ମୁଁ ସର୍ବଦା ଆପଣମାନଙ୍କ ସହିତ ରହିଛି।’