କୋଲକାତା: ପଶ୍ଚିମବଙ୍ଗର ଭାରତ-ବାଂଲାଦେଶ ସୀମାରେ ମାନବ କେଶ ଚୋରା ଚାଲାଣ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ପାଇଁ ଏକ ନୂଆ ମୁଣ୍ଡବିନ୍ଧାର କାରଣ ହୋଇଛି। ଗତ ଏକ ବର୍ଷ ମଧ୍ୟରେ ବାଂଲାଦେଶକୁ ଚୋରା ଚାଲାଣ ସମୟରେ ୪୦୦ କିଲୋଗ୍ରାମରୁ ଅଧିକ ମାନବ କେଶ ଜବତ କରାଯାଇଛି। ସୂଚନା ଥାଉ କି ଯେ ୱିଗ୍ ଇଣ୍ଡଷ୍ଟ୍ରିରେ ମାନବ କେଶ ପାଇଁ ବହୁତ ଚାହିଦା ଅଛି | ବିଏସଏଫର ଦକ୍ଷିଣ ପଶ୍ଚିମବଙ୍ଗ ସୀମାନ୍ତ ଡିଜି ଏସ୍ ଗୁଲେରିଆ କହିଛନ୍ତି ଯେ ୨୦୨୧ ପରଠାରୁ ଏସବୁ ଚାଲିଛି। ଫେବୃଆରୀ ୨୦୨୧ରେ ନଦିଆ ଜିଲ୍ଲାରେ ପ୍ରାୟ ୧୨ କିଲୋଗ୍ରାମର କେଶ ଜବତ କରାଯାଇଥିଲା | ୨୦୨୧ ଅତି କମରେ ୩୯୭ କିଲୋଗ୍ରାମ ମାନବ କେଶ ଜବତ କରାଯାଇଥିଲା |
ସେ କହିଛନ୍ତି ଯେ ଚଳିତ ବର୍ଷ ଏଯାଏଁ ପ୍ରାୟ ୪୭ କିଲୋଗ୍ରାମ କେଶ ଜବତ କରାଯାଇଛି। ବିଏସଏଫ ଅଧିକାରୀ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରୁ ସଂଗୃହିତ ମାନବ କେଶ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏଜେଣ୍ଟ ଏବଂ ମଧ୍ୟସ୍ଥିଙ୍କ ନିକଟରେ ପହଞ୍ଚିଥାଏ। ମୁର୍ସିଦାବାଦ ହେୟାର ଟ୍ରେଡର୍ସ ଆସୋସିଏସନର ସଭାପତି କହିଛନ୍ତି ଯେ ଯେଉଁ ମହିଳାମାନଙ୍କର ଲମ୍ବା କେଶ ଥାଏ ସେମାନେ କୁଣ୍ଡାଇବାବେଳେ ଝଡି ପଡୁଥିବା କେଶକୁ ଫୋଫାଡ଼ି ଦିଅନ୍ତି । କେଶ ସଂଗ୍ରହକାରୀମାନେ ଏହାକୁ ଘର ଘର ବୁଲି ସଂଗ୍ରହ କରନ୍ତି | କେଶର ଲମ୍ବା ଉପରେ ମୂଲ୍ୟ ନିର୍ଭର କରିଥାଏ | ପ୍ରତ୍ୟେକ କିଲୋଗ୍ରାମ ମାନବ କେଶର ମୂଲ୍ୟ ୫୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ମଧ୍ୟରେ ହୋଇଥାଏ |
୯୦ ପ୍ରତିଶତ କେଶ ଚାଇନାକୁ ପଠାଯାଉଥିବାବେଳେ ବଳକା ଅଂଶ ୟୁଏଇ ଏବଂ ମାଲେସିଆକୁ ପଠାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ସୂଚନା ଥାଉ କି ପୂର୍ବରୁ ମିଜୋରାମ ଦେଇ ଭାରତରୁ କେଶ ଚୋରା ଚାଲାଣ କରାଯାଉଠାବବେଳେ ବିଏସଏଫ ଅଧିକାରୀମାନେ ଏହାକୁ ଧରିଥିଲେ | ତିରୁପତିରୁ ମିଆଁମାର, ଥାଇଲ୍ୟାଣ୍ଡ ଦେଇ କେଶକୁ ବେଆଇନ ଭାବେ ପରିବହନ କରାଯାଏ | ଚୀନରେ ଏହି କେଶରୁ ୱିଗ୍ ତିଆରି କରାଯାଇଥାଏ। ଗତବର୍ଷ ଫେବୃଆରୀ ମାସରେ ଆସାମ ରାଇଫଲ୍ସ ପ୍ରଥମେ ମିଜୋରାମରେ ମାନବ କେଶର ଏକ ଟ୍ରକକୁ ଧରିଥିଲା ​​ଯାହା ବେଆଇନ ଭାବେ ସୀମା ପାର ହୋଇ ମିଆଁମାରରୁ ଚୀନକୁ ପଠାଯାଉଥିଲା। ଏହି ମାନବ କେଶର ମୂଲ୍ୟ ପ୍ରାୟ ୨ କୋଟି ହେବ ବୋଲି ଆକଳନ କରାଯାଇଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Everything-about-the-Hair-Smuggling-Connection-Between-the-Tirupati-Temple-China-featured-image.jpg)