ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ ଯୋଜନା, ସୁପ୍ରିମକୋର୍ଟ ବିଚାରପତିଙ୍କ ସହ ୨୩ ଜଣ ଗିରଫ

ହାଇତି: ମିଆଁମାର ପରେ ଆଉ ଏକ ଦେଶରେ ସରକାର ପରିବର୍ତ୍ତନର ପ୍ରଚେଷ୍ଟା କରାଯାଇଛି | କାରିବିଆନ୍ ଦେଶ ହାଇତିର ପ୍ରଶାସନ ରବିବାର ଦିନ ରାଷ୍ଟ୍ରପତି ଜୁଭାନେଲ ମୋଇସେଙ୍କୁ ବହିଷ୍କାର କରିବା ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ସୁପ୍ରିମକୋର୍ଟର ଜଣେ ବିଚାରପତିଙ୍କ ସମେତ ପ୍ରାୟ ୨୩ ଜଣ ଲୋକଙ୍କୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ଜୋସେଫ୍ ଜୁଟେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଗିରଫ ହୋଇଥିବା ୨୩ ଜଣଙ୍କ ମଧ୍ୟରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଥିବାବେଳେ ସେମାନଙ୍କ ନିକଟରୁ ବିପୁଳ ଟଙ୍କା, ବନ୍ଧୁକ ଓ ଗୁଳିଗୋଳା ଜବତ କରାଯାଇଛି |

ଏହି ୨୩ ଜଣ ବରିଷ୍ଠ ସୁରକ୍ଷା ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ସମ୍ପର୍କରେ ଥିଲେ | ରାଷ୍ଟ୍ରପତିଙ୍କୁ ଗିରଫ କରିବା ସହ ନୂତନ ରାଷ୍ଟ୍ରପତିଙ୍କୁ ଶାସନ ଗାଦିରେ ବସାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା | ସେହିପରି ରାଷ୍ଟ୍ରପତି ମୋଇସେ କହିଛନ୍ତି ଯେ,’ମୋତେ ହତ୍ୟା କରିବା ଷଡ଼ଯନ୍ତ୍ରକାରୀଙ୍କର ଉଦ୍ଦେଶ୍ୟ ଥିଲା ।

ରାଷ୍ଟ୍ରପତି ଜୁଭାନେଲ ମୋଇସେ ଦାବି କରିଛନ୍ତି ଯେ ଏହି ସମସ୍ତ ଲୋକ ତାଙ୍କ ସରକାରକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ଜୁଭାନେଲ ମୋଇସେ କହିଛନ୍ତି ଯେ ସରକାରକୁ ହଟାଇବା ପାଇଁ ନଭେମ୍ବର ୨୦ ରୁ ଷଡଯନ୍ତ୍ର ଆରମ୍ଭ ହୋଇଥିଲା | ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସୁପ୍ରିମକୋର୍ଟର ବିଚାରପତି ଓ ବରିଷ୍ଠ ପୁଲିସ ଅଧିକାରୀ ଥିବାର ମୋଇସେ ଦାବି କରିଛନ୍ତି |

ସମ୍ବନ୍ଧିତ ଖବର