ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଥାରେ ଭାରତର ହଜ୍‌ ଯାତ୍ରୀଙ୍କ ସଂଖ୍ୟା ବଢ଼ାଇଲେ ସାଉଦି ଆରବର କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ୍‌ ବିନ୍‌ ସଲମାନ୍‌

ନୂଆଦିଲ୍ଲୀ: ସାଉଦି ଆରବ ଗତ ଫେବୃଆରି ମାସରେ ଭାରତ ପାଇଁ ବାର୍ଷିକ ହଜ୍‌ କୋଟାରେ ୨୫ ପ୍ରତିଶତ ବୃଦ୍ଧି କରିିଛି। ଏବେ ଏହି ସଂଖ୍ୟା ୨ ଲକ୍ଷ ହୋଇଛି। ଇଣ୍ଡୋନେସିଆ ପରେ ଭାରତର ହଜ୍‌ କୋଟା ସବୁଠାରୁ ଅଧିକ ହୋଇଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖ୍‌ତାର ଅବ୍‌ବାସ ନକ୍‌ଭି କହିଛନ୍ତି ଯେ ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ସମ୍ଭବ ହୋଇଛି।

ସେ ଇଣ୍ଡିଆ ଟିଭି ନ୍ୟୁଜ୍‌ ଚାନେଲରେ ‘ଆପ୍‌କି ଅଦାଲତ୍‌’ କାର୍ଯ୍ୟକ୍ରମରେ କହିଛନ୍ତି ଯେ ପ୍ରତ୍ୟେକ ମୁସଲମାନ ଲାଗି ହଜ ଯାତ୍ରା ଏକ ସ୍ୱପ୍ନ। ଆଗରୁ ଭାରତର ହଜ୍‌ଯାତ୍ରୀଙ୍କ ସଂଖ୍ୟା ୧ଲକ୍ଷ ୩୫ ହଜାର ଥିଲା। କିନ୍ତୁ ବାର୍ଷିକ ପ୍ରାୟ ୪ ଲକ୍ଷ ମୁସଲମାନ୍‌ ହଜ୍‌ ଯାତ୍ରା ଲାଗି ଆବେଦନ କରିଥାନ୍ତି।

photo -aajtak

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଉଦି ଆରବର କ୍ରାଉନ୍‌ ପ୍ରିନ୍‌ସ ମହମ୍ମଦ୍‌ ବିନ୍‌ ସଲମାନ୍‌ଙ୍କ ସହ କଥା ହେବା ପରେ ଭାରତର ହଜ ଯାତ୍ରୀଙ୍କ ସଂଖ୍ୟା ୨ ଲକ୍ଷକୁ ବୃଦ୍ଧି କରାଯାଇଥିବା ଜଣାଯାଇଛି। ନକ୍‌ଭି କହିଛନ୍ତି ଯେ କୋଟା ବୃଦ୍ଧି ପାଇବା ପରେ ଭାରତର ହଜ୍‌ କୋଟା ପାକିସ୍ତାନ ଠାରୁ ଅଧିକ ହୋଇଯାଇଛି।

ସମ୍ବନ୍ଧିତ ଖବର