ଉଦୟପୁର: ଆବଶ୍ୟକୀୟ ପ୍ରଯୁକ୍ତି ମିଳିରେ ହିନ୍ଦୁସ୍ତାନ ଏରୋନେଟିକସ୍ ଲିମିଟେଡ୍ ରାଫେଲ ଫାଇଟର୍ ଜେଟ୍ ନିର୍ମାଣ କରିବା ଲାଗି ସମର୍ଥ ବୋଲି ହାଲ୍ର ଅଧ୍ୟକ୍ଷ ଆର୍.ମାଧବନ୍ କହିଛନ୍ତି। ତେବେ ବର୍ତ୍ତମାନ କିଣାଯାଉଥିବା ୩୬ଟି ରାଫେଲ ଜେଟ୍ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
କେନ୍ଦ୍ରରେ ୟୁପିଏ ସରକାର ଥିବା ସମୟରେ ୧୨୬ଟି ରାଫେଲ ଜେଟ୍ କିଣିବା ଲାଗି ଯୋଜନା କରିଥିଲେ। ତେଣୁ ଫ୍ରାନ୍ସର କଂପାନିଠାରୁ ପ୍ରଯୁକ୍ତି ଅଣାଯାଇ ‘ହାଲ୍’ ମାଧ୍ୟମରେ ନିର୍ମାଣ କରାଯିବା ଲାଗି ଚିନ୍ତା କରାଯାଉଥିଲା। ସେ ସମୟରେ ପ୍ରାଥମିକ ଭାବେ ଏ ନେଇ ଆଲୋଚନା ହୋଇଥିଲା ଓ ପ୍ରଯୁକ୍ତି ମିଳିରେ ହାଲ୍ ରାଫେଲ ଜେଟ୍ ନିର୍ମାଣ କରିପାରିବ ବୋଲି ମତ ପ୍ରକାଶ ପାଇଥିଲା ବୋଲି ମାଧବନ୍ କହିଛନ୍ତି।
/sambad/media/post_attachments/wp-content/uploads/2018/12/hal.jpeg)
ଉଦୟପୁରକୁ ଏକ ଇଂଜନିୟରିଂ କନ୍ଫରେନ୍ସରେ ଯୋଗ ଦେବାକୁ ଆସି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ହାଲ୍ ମୁଖ୍ୟ ଆର୍.ମାଧବନ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି କି ତୁରନ୍ତ ଆବଶ୍ୟକତାକୁ ଚାହିଁ ସରକାର ୩୬ଟି ବିମାନ ଫ୍ରାନ୍ସରୁ ଆଣୁଛନ୍ତି। ତେଣୁ ଏହି ଚୁକ୍ତିରେ ‘ଟେକ୍ନୋଲୋଜି ଟ୍ରାନ୍ସଫର’ ପ୍ରସଙ୍ଗ ନାହିଁ।
ଅନ୍ୟପକ୍ଷରେ ସେ ମତବ୍ୟକ୍ତ କରିଛନ୍ତି କି ଦେଶର ମେଧାବୀ ଛାତ୍ରଙ୍କୁ କୁଶଳୀ କରିବା ସହ ସେମାନଙ୍କୁ ରୋଜଗାର ଯୋଗାଇବାକୁ ହେଲେ ଗବେଷଣା ଓ ବିକାଶ କ୍ଷେତ୍ରରେ ଆମକୁ ଅଧିକ ଅର୍ଥ ନିବେଶ କରିବାକୁ ହେବ।