ହଲାଲ, ଲାଉଡ ସ୍ପିକର ନିଷିଦ୍ଧ ହେବା ପରେ; ଫଳ ବ୍ୟବସାୟରେ ଏକଚାଟିଆ କାରବାର ସମାପ୍ତ କରିବାକୁ ଆହ୍ବାନ

ବେଙ୍ଗାଲୁରୁ: ଅଜାନ ସମୟରେ ହଲାଲ ମାଂସ ଉପରେ ନିଷେଧାଦେଶ ତଥା ମସ୍‌ଜିଦରେ ଲାଉଡ ସ୍ପିକର ବ୍ୟବହାରକୁ ସମାଲୋଚନା କରାଯାଉଥିବା ବେଳେ କର୍ଣ୍ଣାଟକର କିଛି ହିନ୍ଦୁ ସଂଗଠନ ଫଳ ବ୍ୟବସାୟରେ ‘ମୁସଲମାନମାନଙ୍କର ଏକଚାଟିଆ କାରବାର’ର ଅନ୍ତ ଘଟାଇବାକୁ ଦାବି କରିଛନ୍ତି। ହିନ୍ଦୁ ଜନଜାଗ୍ରୁତି ସମିତିର ସଂଯୋଜକ ଚନ୍ଦ୍ରୁ ମୋଗର୍ ଅଧିକ ହିନ୍ଦୁମାନଙ୍କୁ ଫଳ ବ୍ୟବସାୟରେ ଜଡିତ ହେବାକୁ ଅନୁରୋଧ କରିଥିଲେ। କାରଣ ଫଳ ବ୍ୟବସାୟ ମୁସଲମାନମାନଙ୍କ ଦ୍ୱାରା ଏକଚାଟିଆ ହୋଇପଡିଛି।

ସେ ଟ୍ୱିଟରରେ ହିନ୍ଦୁ ବିକ୍ରେତାଙ୍କଠାରୁ ଫଳ କିଣିବାକୁ ହିନ୍ଦୁମାନଙ୍କୁ ଅନୁରୋଧ କରିଛନ୍ତି। ହିନ୍ଦୁ ଦକ୍ଷିଣପନ୍ଥୀ ନେତା ପ୍ରଶାନ୍ତ ସମ୍ବାର୍ଗୀ ମଧ୍ୟ ମୁସଲମାନ ଫଳ ବିକ୍ରେତାଙ୍କଠାରୁ ଫଳ ନ କିଣିବା ପାଇଁ ଅନୁରୋଧ କରିଥିଲେ। ହିନ୍ଦୁ କୃଷକମାନେ କଠିନ ପରିଶ୍ରମ କରି ଫଳ ଉତ୍ପାଦନ କରନ୍ତି। ମଧ୍ୟବର୍ତ୍ତୀ ମୁସଲମାନ ବିକ୍ରେତା ଏହାର ଲାଭ ଉଠାଇଥାନ୍ତି। ଆମେ ଏହି ବ୍ୟବସାୟ ଚକ୍ର ଉପରେ ଅନୁସନ୍ଧାନ କରିଛୁ। ଫଳ ବ୍ୟବସାୟରେ ଏହି ମଧ୍ୟବର୍ତ୍ତୀକୁ ହଟାଇବା ପାଇଁ ଆମେ ଏକ ଅଭିଯାନ ଆରମ୍ଭ କରିଛୁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ କୃଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି।  ବ୍ୟବସାୟ ପାଇଁ ଏକ ବଡ଼ ବଜାର ଅଛି ଏବଂ ମଧ୍ୟସ୍ଥିମାନଙ୍କୁ ହଟାଇ କୃଷକମାନେ ସେମାନଙ୍କ ଅମଳ ପାଇଁ ଉଚିତ ମୂଲ୍ୟ ପାଇବେ।

ସମ୍ବନ୍ଧିତ ଖବର