ନୂଆଦିଲ୍ଲୀ: ଦେଶରେ ହୁଏତ ଏମିତି କେହି ଥିବେ ଯିଏ ହଳଦୀରାମ କମ୍ପାନିର ନମକିନ,ସୋନପାପଡି କିମ୍ବା ଅନ୍ୟକୌଣସି ଖାଦ୍ୟ ସାମଗ୍ରୀ ଖାଇନଥିବେ । କିନ୍ତୁ ଦେଶୀ ସ୍ୱାଦ ଦେଉଥିବା ଏହି କମ୍ପାନୀ ଏବେ ବିଦେଶୀ ହୋଇଯିବ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ହଳଦୀରାମକୁ ବିକ୍ରି କରିବା ନେଇ ଅନେକ ଥର ଗୁଜବ ଉଠିଥିବା ବେଳେ ପ୍ରଥମ ଥର ପାଇଁ ୩ଟି ବଡ଼ ବିଦେଶୀ କମ୍ପାନି ଏହାର ପୂରା ବ୍ୟବସାୟ କିଣିବାକୁ ବିଡ୍ ଦାଖଲ କରିଛନ୍ତି। ହଳଦୀରାମକୁ କିଣିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ବିଶ୍ୱର ସର୍ବବୃହତ ଇକ୍ୱିଟି ନିବେଶ କମ୍ପାନୀ ବ୍ଲାକଷ୍ଟୋନ, ଆବୁଧାବି ନିବେଶ କର୍ତ୍ତୃପକ୍ଷ (ଏଡିଆଇଏ) ଏବଂ ସିଙ୍ଗାପୁର ସରକାର ନିବେଶ ନିଗମ ଅନ୍ତର୍ଭୁକ୍ତ ।

Advertisment

୮୭ ବର୍ଷ ପୁରୁଣା ହଳଦୀରାମ ସ୍ନାକ୍ସ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଦେଶର ସବୁଠାରୁ ପୁରୁଣା ସ୍ନାକ୍ସ କମ୍ପାନି। ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ବ୍ଲାକଷ୍ଟୋନ ଦୁଇଟି କମ୍ପାନୀର କନସୋର୍ଟିୟମ ସହ ମିଶି ହଳଦୀରାମ୍ସ ବ୍ୟବସାୟର ୭୬ ପ୍ରତିଶତ କିଣିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୮ରୁ ୮.୫ ବିଲିୟନ ଡଲାର (ପାଖାପାଖି ୭୦ ହଜାର କୋଟି ଟଙ୍କା) ପାଇଁ ଟେଣ୍ଡର କରାଯାଇଛି। ଏହି ଚୁକ୍ତି ସମ୍ପୂର୍ଣ୍ଣ ହେଲେ ଏହା ଦେଶର ସର୍ବବୃହତ୍ ଘରୋଇ ଇକ୍ୱିଟି ଡିଲ୍ ହେବ।