ଛତିଶଗଡ଼: ରାଜପୁରରୁ ମହିଳାଙ୍କ ଅର୍ଦ୍ଧଦଗ୍‌ଧ ଶବ ଉଦ୍ଧାର

ନୂଆଦିଲ୍ଲୀ : ତେଲେଙ୍ଗାନା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଆଜି ଛତିଶଗଡ଼ର ରାଜପୁର ନିକଟସ୍ଥ ମୁର୍କା ଗ୍ରାମରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍‌ଧ ଶରୀର ଉଦ୍ଧାର କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଦୁର୍ବୃତ୍ତମାନେ ମହିଳାଙ୍କୁ ପୋଡ଼ିବା ପରେ ଘୋଷାରି ଘୋଷାରି ନେଇଛନ୍ତି। ମୃତ ମହିଳାଙ୍କ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ମହିଳାଙ୍କ ଅର୍ଦ୍ଧଦଗ୍‌ଧ ମୃତ ଶରୀରର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସମ୍ପର୍କରେ ଜଣା ପଡ଼ିବ ବୋଲି ବଳରାମପୁର ଏସ୍‌ପି ଟି.ଆର୍‌. କୋସିମା କହିଛନ୍ତି। ତେବେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ ସେ ଦିଗର ତଦନ୍ତ କରାଯାଉଛି। ମହିଳାଙ୍କୁ ଚିହ୍ନିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି ବୋଲି ଏସ୍‌ପି କହିଛନ୍ତି। ‌ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଛତିଶଗଡ଼ରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର