ଏବେ ବି ମହାକାଶରେ ରହିଛି ଭାରତର ଆଣ୍ଟି-ସାଟେଲାଇଟ ପରୀକ୍ଷାର ଧ୍ୱଂସାବଶେଷ : ହାର୍ଭାର୍ଡ ଜ୍ୟୋତିର୍ବିଜ୍ଞାନୀ

ନୂଆଦିଲ୍ଲୀ : ଭାରତ ପକ୍ଷରୁ ଆଣ୍ଟି ସାଟେଲାଇଟ ଟେଷ୍ଟ କରିବାର ୩ ମାସ ବିତିଯାଇଥିଲେ ମଧ୍ୟ ପାଶ୍ଚାତ୍ୟ ବିଶେଷଜ୍ଞମାନେ ତାହାକୁ ବିରୋଧ କରିବା ଅବ୍ୟାହତ ରଖିଛନ୍ତି । ହାର୍ଭାର୍ଡର ଜଣେ ଜ୍ୟୋତିର୍ବିଜ୍ଞାନୀ ଜୋନାଥନ ମାକଡାେଓ୍ଵଲ କହିଛନ୍ତି ଯେ ଭାରତ ଧ୍ୱଂସ କରିଥିବା ସାଟେଲାଇଟର ପ୍ରାୟ ଅଧା ଧ୍ୱଂସାବଶେଷ ମହାକାଶରେ ଘୁରିବୁଲୁଛି । ଏହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।
ଜୋନାଥନଙ୍କ ଏହି ବକ୍ତବ୍ୟ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଦାବିର ବିରୋଧାଚର କରୁଛି । କାରଣ ଡିଆରଡିଓ କହିଥିଲା ଯେ ମାତ୍ର ୪୫ ଦିନ ମଧ୍ୟରେ ଏସବୁ ଧ୍ୱଂସାବଶେଷ ମିଳାଇଯିବ ।

ଡିଆରଡିଓର ପୂର୍ବତନ ମୁଖ୍ୟ ଭି.କେ. ସାରସ୍ୱତ କହିଛନ୍ତି ଯେ ନାସାର ଏପରି ଆଶଙ୍କା ଆମୂଳକ । କାରଣ କୌଣସି ଶକ୍ତି ନଥାଇ ଏସବୁ ଖଣ୍ଡବିଖଣ୍ଡିତ ସାମଗ୍ରୀଗୁଡ଼ିକ ମହାକାଶରେ ବେଶୀ ଦିନ ରହିପାରିବ ନାହିଁ । ଏଗୁଡ଼ିକ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଧ୍ୱଂସ ପାଇଯିବ । ଏଣୁ ଏହା ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପ୍ରତି ବିପଦ ରହିବା କଥା ଅମୂଳକ ।

ସମ୍ବନ୍ଧିତ ଖବର