ନୂଆଦିଲ୍ଲୀ : ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହେବ। ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।
ଏ ସଂପର୍କରେ ଅଲ ଇଣ୍ଡିଆ ଜେମ୍ସ ଏଣ୍ଡ ଜୁଏଲାରୀ ଡୋମେଷ୍ଟିକ୍ କାଉନସିଲ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ଯେ ବିଆଇଏସ ଆଇନ ଅନୁସାରେ ଜୁଏଲାରୀ ଓ ହଲମାର୍କିଂ ସେଣ୍ଚରଗୁଡ଼ିକୁ ଏହି ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ । ପୂର୍ବରୁ ୯ କ୍ୟାରେଟ୍ ସୁନାକୁ ବାଧ୍ୟତାମୂଳକ ହଲମାର୍କିଂରୁ ବାଦ ଦିଆଯାଇଥିଲା । ଏବେ ନୂଆ ନିୟମ ପରେ ୯ କ୍ୟାରେଟ ସୁନା ଏବେ ବିଆଇଏସ ଆମେଣ୍ଡମେଣ୍ଟ ନଂ.୨ ନିୟମାବଳୀ ଅଧିନରେ ଆସିବ । ନୂଆ ନିୟମ ଅନୁସାରେ ଅଳଙ୍କାର ଓ କଳାକୃତିର ବ୍ୟାଖ୍ୟା କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ଜୁଏଲାରୀ କମ୍ପାନିମାନେ ସ୍ବାଗତ କରିଛନ୍ତି । ଏହା ଦ୍ବାରା ସାଧାରଣ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ସୁନା ଅଳଙ୍କାର ପହଞ୍ଚିପାରିବ ବୋଲି ସେମାନେ କହିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/18/gold-2025-07-18-17-26-06.jpg)