୯ କ୍ୟାରେଟ୍ ସୁନାରେ ହଲମାର୍କ ରହିବ

ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହେବ। ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।

gold

ନୂଆଦିଲ୍ଲୀ : ଏଣିକି ୯ କ୍ୟାରେଟ୍ ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଂ ରହିବ। ଏହି ନୂଆ ନିର୍ଦ୍ଦେଶ ଜୁଲାଇ ମାସରୁ ଲାଗୁ ହେବ। ଏ ନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ୍ ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି ।

ଏ ସଂପର୍କରେ ଅଲ ଇଣ୍ଡିଆ ଜେମ୍ସ ଏଣ୍ଡ ଜୁଏଲାରୀ ଡୋମେଷ୍ଟିକ୍ କାଉନସିଲ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି ଯେ ବିଆଇଏସ ଆଇନ ଅନୁସାରେ ଜୁଏଲାରୀ ଓ ହଲମାର୍କିଂ ସେଣ୍ଚରଗୁଡ଼ିକୁ ଏହି ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ । ପୂର୍ବରୁ ୯ କ୍ୟାରେଟ୍ ସୁନାକୁ ବାଧ୍ୟତାମୂଳକ ହଲମାର୍କିଂରୁ ବାଦ ଦିଆଯାଇଥିଲା । ଏବେ ନୂଆ ନିୟମ ପରେ ୯ କ୍ୟାରେଟ ସୁନା ଏବେ ବିଆଇଏସ ଆମେଣ୍ଡମେଣ୍ଟ ନଂ.୨ ନିୟମାବଳୀ ଅଧିନରେ ଆସିବ । ନୂଆ ନିୟମ ଅନୁସାରେ ଅଳଙ୍କାର ଓ କଳାକୃତିର ବ୍ୟାଖ୍ୟା କରାଯାଇଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ଜୁଏଲାରୀ କମ୍ପାନିମାନେ ସ୍ବାଗତ କରିଛନ୍ତି । ଏହା ଦ୍ବାରା ସାଧାରଣ ଲୋକଙ୍କ ପାଖରେ ସୁଲଭ ମୂଲ୍ୟରେ ସୁନା ଅଳଙ୍କାର ପହଞ୍ଚିପାରିବ ବୋଲି ସେମାନେ କହିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe